ETV Bharat / city

ମାନିଲେନି ସଟଡାଉନ ନିୟମ, ଶତାଧିକ ଲୋକଙ୍କ ସହ ସୁରଙ୍କ ବନ୍ଧୁମିଳନ - ସୁର ମାନିଲେଲି ସଟଡାଉନ ନିୟମ

ସଟଡାଉନ ନିୟମକୁ ଅବମାନନା କରି ବନ୍ଧୁମିଳନ କଲେ ସୁର ଭାଇ । ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ କଟକଣା ସମୟରେ ବନ୍ଧୁମିଳନ ସହ ସେ ପ୍ରେସମିଟ୍ କରିଛନ୍ତି । ଅଧିକ ପଢ଼ନ୍ତୁ...

ମାନିଲେଲି ସଟଡାଉନ ନିୟମ, ଶତାଧିକ ଲୋକଙ୍କୁ ସୁରଙ୍କ ବନ୍ଧୁମିଳନ

author img

By

Published : Jun 27, 2021, 6:00 PM IST

ଭୁବନେଶ୍ବର: ସଟଡାଉନ ନିୟମକୁ ଅବମାନନା କରି ବନ୍ଧୁମିଳନ କଲେ ସୁର ଭାଇ । ଜଟଣୀ ବିଧାୟକ ସୁରେଶ ରାଉତରାୟ ଜନସେବା ଲାଗି ଯେତିକି ଚର୍ଚ୍ଚିତ, ବେଲଗାମ ତୁଣ୍ଡ ଓ ଅମାନିଆ ଆଚରଣ ପାଇଁ ସେତିକି ବିବାଦୀୟ । ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି ସୁର ଭାଇ । କୋଭିଡ୍ କଟକଣାକୁ ଭୁଲି ସଟ୍‌ଡାଉନରେ ସାମାଜିକ ଦୂରତାକୁ ଭୁଲି ବନ୍ଧୁମିଳନ ଆୟୋଜନ କରିଛନ୍ତି ସୁରେଶ ରାଉତରାୟ ।

ମାନିଲେଲି ସଟଡାଉନ ନିୟମ, ଶତାଧିକ ଲୋକଙ୍କୁ ସୁରଙ୍କ ବନ୍ଧୁମିଳନ

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସୁରେଶ ରାଉତରାୟ । ତାହା ସହିତ ଶତାଧିକ ଲୋକଙ୍କୁ ନେଇ ବନ୍ଧୁମିଳନ ଆୟୋଜନ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ କଟକଣା ସମୟରେ ବନ୍ଧୁମିଳନ ସହ ସେ ପ୍ରେସମିଟ୍ କରିଛନ୍ତି ।

ନନ୍ଦନକାନନର ଅବ୍ୟବସ୍ଥା ପ୍ରସଙ୍ଗ ନେଇ ପ୍ରେସମିଟ୍ କରାଯାଇଥିଲା । ପ୍ରସଙ୍ଗ ଠିକ କିନ୍ତୁ ସୁରଙ୍କ ତରିକା ଥିଲା ସମ୍ପୂର୍ଣ୍ଣ ଭୁଲ । ଏନେଇ ଅଭିଯୋଗ ମିଳିବା ପରେ ଉକ୍ତ ଅଞ୍ଚଳରେ ଅତିରିକ୍ତ ତହସିଲଦାର ଓ ପୋଲିସ ଚଢ଼ାଉ କରିଛି ।

ସବୁବେଳେ ଖବରର ଚର୍ଚ୍ଚା ରହିଥାନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କେତେବେଳେ ବିବାଦୀୟ ମନ୍ତବ୍ୟ ତ ଆଉ କେବେ ନିୟମ ଉଲ୍ଲଂଘନ । କୋରୋନା ସମୟରେ ମାସ୍କ ସୁରକ୍ଷା କବଚ ସାଜିଥିବାବେଳେ ସୁରେଶ ରାଉତରାୟ ପ୍ରଥମେ ମାସ୍କ ପିନ୍ଧୁନଥିଲେ । କୋରୋନାର ଭୟାବହ ରୂପ ଦେଖିବା ପରେ ମାସ୍କ ପିନ୍ଧିଥିଲେ ଏହି ବରିଷ୍ଠ ନେତା ।

ବିଧାୟକଙ୍କ କାନ୍ଧରେ ଜନତାଙ୍କ ଦାୟିତ୍ୱ ଥିବାବେଳେ ସୁର ଅମାନିଆ ହୋଇପଡ଼ିଛନ୍ତି । ସଟ୍‌ଡାଉନ ଓ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଓ ଚନ୍ଦକା ପୋଲିସ ଚଢ଼ାଉ କରିଥିଲା । ନିୟମ ମାନିନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.