ETV Bharat / city

ସୁର ଭାଇଙ୍କ ଟାର୍ଗେଟରେ ଆମୀର ଖାଁ, ପ୍ରତି 15 ଦିନିଆ ପ୍ରେମ କରୁଛନ୍ତି ଆମୀର

ବଲିଉଡ ସୁପରଷ୍ଟାର ଅମୀର ଖାଁଙ୍କ ବିବାହ ବିଚ୍ଛେଦକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆମୀର ଖାଁ ଇଣ୍ଡିଆକୁ ପାକିସ୍ତାନ କି ଆରବ ଭାବୁଛନ୍ତି କି ? ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ...

ସୁର ଭାଇଙ୍କ ଟାର୍ଗେଟରେ ଆମୀର ଖାଁ, ପ୍ରତି 15 ଦିନିଆ ପ୍ରେମ କରୁଛନ୍ତି ଆମୀର
ସୁର ଭାଇଙ୍କ ଟାର୍ଗେଟରେ ଆମୀର ଖାଁ, ପ୍ରତି 15 ଦିନିଆ ପ୍ରେମ କରୁଛନ୍ତି ଆମୀର
author img

By

Published : Jul 4, 2021, 7:21 PM IST

Updated : Jul 4, 2021, 10:13 PM IST

ଭୁବନେଶ୍ବର: ପ୍ରେମ, ପ୍ରଣୟ, ବିବାହ ଆଉ ଏବେ ବିଚ୍ଛେଦ । ଏହାକୁ ନେଇ ଦେଶରେ ଚାଲିଛି ଜୋରଦାର ଚର୍ଚ୍ଚା । ଆମେ କହୁଛୁ ବଲିଉଡ ସୁପରଷ୍ଟାର ଅମୀର ଖାଁଙ୍କ କଥା । ଏହି ବିଚ୍ଛେଦକୁ ନେଇ ନାନା ମୁନି ନାନା ମତ ଦେଉଛନ୍ତି । ଏଥିରୁ ବାଦ କେମିତି ପଡ଼ିଥାଆନ୍ତେ ଯେ ବରିଷ୍ଠ କଂଗ୍ରେସ ନେତା ସୁର ଭାଇ । ଆମୀର ଖାଁ ଓ କିରଣ ରାଓଙ୍କ ବିବାହ ବିଚ୍ଛେଦ ନେଇ ଅମୀରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁର ।

ସୁର ଭାଇଙ୍କ ଟାର୍ଗେଟରେ ଆମୀର ଖାଁ, ପ୍ରତି 15 ଦିନିଆ ପ୍ରେମ କରୁଛନ୍ତି ଆମୀର

ସେ କହିଛନ୍ତି ଯେ, "ଅମୀର ଖାଁ ଇଣ୍ଡିଆକୁ ପାକିସ୍ତାନ କି ଆରବ ଭାବୁଛନ୍ତି କି ? କଣ ପ୍ରତି 15 ଦିନରେ ଏମିତି ପ୍ରେମ କରୁଛନ୍ତି । ବାହା ହେଉଛନ୍ତି, ଆଉ ଛାଡ଼ୁଛନ୍ତି । ଏମିତି ଯଦି କରିବାର ଅଛି, ତେବେ ପାକିସ୍ତାନ କିମ୍ବା ଆରବ ପଳାନ୍ତୁ ଅମୀର।"

ଭାରତ ଭଳି ଦେଶରେ ରହିି ଅମୀର ଆମ ଯୁବବର୍ଗଙ୍କୁ ଖରାପ କରୁଥିବା ସୁର ଅଭିଯୋଗ କରିଛନ୍ତି । ଯୁବବର୍ଗ ଅମୀରଙ୍କ ଅନୁଗାମୀ ନହେବା ଲାଗି ସୁର ପରାମର୍ଶ ଦେଇଛନ୍ତି । ଯାହାକୁ ଭଲ ପାଉଛ, ତାକୁ ଜୀବନ ସାଥି କର । ଜୀବନ ସାରା ତା ସହିତ ରହିବାକୁ ପରାମର୍ଶ ଦେଇଛନ୍ତି ସୁର ।

15 ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ଆମୀର ଓ କିରଣ ରାଓଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ଉଭୟ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା କଥା ଉଭୟ କହିଛନ୍ତି । ତେବେ ପୂର୍ବଭଳି ଚଳଚିତ୍ର ଓ ଅନ୍ୟ ସଂଗଠନରେ ସେମାନେ ମିଳିତ ଭାବରେ କାମ କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 4, 2021, 10:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.