ଭୁବନଶ୍ବର: କିଛି ଲୋକ କଂଗ୍ରେସ ପ୍ରତି ବିମୁଖ ହୋଇଛନ୍ତି । କିନ୍ତୁ ଦଳ ପ୍ରତି ଲୋକଙ୍କ ସମର୍ଥନ ରହିଛି । ଦଳୀୟ ନେତାଙ୍କ ଦୁର୍ବଳତା ଓ ବିଶ୍ବାସଘାତକ ପାଇଁ ଦଳ ଉଧେଇ ପାରୁନାହିଁ ।
ଦଳୀୟ ନେତୃତ୍ବ ପରିବର୍ତ୍ତନ ହେଲେ ଯେ ଦଳ ଭଲ ପ୍ରଦର୍ଶନ କରିବ ତାହା ନୁହେଁ । ଦଳୀୟ ନେତୃତ୍ବ ଓ ନେତା ମାନେ ନିଜ ଦାୟିତ୍ବ ତୁଳାଇବା ଜରୁରୀ । ନେତା ମାନେ ପଦ ପଦବୀ ମାଡି ବସି ନିଜ ଦାୟିତ୍ବ କରୁନାହାଁନ୍ତି । ଆମ ଦଳୀୟ ନେତାଙ୍କ ମଧ୍ୟରେ ଏକତାର ଅଭାବ ରହିଛି । ରାଜ୍ୟରେ କଂଗ୍ରେସ ନେତା ହିଁ ଦଳକୁ ବର୍ବାଦ କରୁଛନ୍ତି । ଏକାକି ସଭାପତି କିଛି କରିପାରିବେ ନାହିଁ ।
ଦଳକୁ ସଫଳତା ପାଇବାକୁ ହେଲେ ଦଳୀୟ ନେତାମାନେ ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡିବ । ଆମ ନେତା ମାନେ ହିଁ ଅନ୍ୟ ଦଳ ସହ ସମ୍ପର୍କ ରଖି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ପଞ୍ଚାନନ କହିଛନ୍ତି । ଦଳର ସଫଳତା ପାଇଁ ନେତା ମାନେ ଏକ ହେବା ସହ ଦଳ ପାଇଁ କାମ କରିବା ଦରକାର ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ