ETV Bharat / city

ଅଣମୌସୁମୀରେ ହୀରାକୁଦ ଜଳସ୍ତର 5 ଫୁଟ କମିଛି: ବିଜୟ ମହାପାତ୍ର - Mahanadi water dispute

ଅଣମୌସୁମୀରେ ହୀରାକୁଦ ଜଳସ୍ତର କମୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଅଣମୌସୁମୀକୁ ମାସେ ବିତିଲାଣି, ହେଲେ ଏବେ ହୀରାକୁଦରେ ଜଳସ୍ତର ୫ ଫୁଟ କମିଛି ।

ହିରାକୁଦ ଜଳସ୍ତର କମୁଥିବା ନେଇ ଉଦବେଗ ପ୍ରକାଶ  କଲେ ବିଜୟ

author img

By

Published : Feb 9, 2021, 6:28 PM IST

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଅଣମୌସୁମୀରେ ହୀରାକୁଦ ଜଳସ୍ତର କମୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଅଣମୌସୁମୀକୁ ମାସେ ବିତିଲାଣି, ହେଲେ ଏବେ ହୀରାକୁଦରେ ଜଳସ୍ତର ୫ ଫୁଟ କମିଛି ।

ହିରାକୁଦ ଜଳସ୍ତର କମୁଥିବା ନେଇ ଉଦବେଗ ପ୍ରକାଶ କଲେ ବିଜୟ

ସେ କହିଛନ୍ତି ଯେ, ଟ୍ରିବ୍ୟୁନାଲଙ୍କ ପାଖରେ ଯେଉଁ ଶୁଣାଣି ହେଲା, ତାହା ଅଧା ଶୁଣାଣି କଲେ। ଅଣମୌସୁମୀର ମାତ୍ର ଏକ ମାସ ହୋଇଛି। ଏହି ଆନ୍ଦୋଳନ2016 ଅଣମୌସୁମୀ ସମୟରେ ଆରମ୍ଭ ହୋଇଥିଲା। ହୀରାକୁଦ ସ୍ଥିତି ଉଦଗେଗଜନକ। ଗତବର୍ଷ ହିରାକୁଦରେ 626.17 ଫୁଟ ପାଣି ଥିଲା। ମାତ୍ର ଆଜି ତାହା 5 ଫୁଟ କମିଛି।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଯୋଗୁଁ ଟୋପାଏ ପାଣି ଆସୁ ନାହିଁ ବୋଲି କହିଛନ୍ତି ବିଜୟ । ଏହାଦ୍ବାରା ବିଦ୍ୟୁତ, ଜଳ ଯୋଗାଣ, କେନାଲ ପାଣି ଓ ପିଇବା ପାଣି ସମସ୍ୟା ଉତ୍କଟ ହେବ। ସରକାରୀ ସ୍ତରରେ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରି କିଛି ଜଳ ଆଣନ୍ତୁ ରାଜ୍ୟ ସରକାର।

ନହେଲେ ଭୁବନେଶ୍ବର ବି ପାଣି ପାଇବ ନାହିଁ। ମହାନଦୀ ଶୁଖିଲା ପଡ଼ିଛି। ତାହାର ଶାଖା ନଦୀ ଜଗତସିଂହପୁର ପରି ସ୍ଥାନରେ ଶୁଖିଲା ପଡ଼ିଛି। ଟ୍ରିବୁନାଲ ପାଖରେ ବି 16 ଜିଲ୍ଲାର ସ୍ବାର୍ଥ ପାଇଁ ସ୍ବତନ୍ତ୍ର ବିଚାର ପାଇଁ ବି ରାଜ୍ୟ ସରକାର ଅନୁରୋଧ କରି ପାରିବେ। ଆଗାମୀ ୨ ମାସରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବ। ତେଣୁ ତୁରନ୍ତ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତର ନେଇ ଚିନ୍ତା କରି ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଉତ୍କଟ ଜଳ ସମସ୍ୟାକୁ ଦୂର କରନ୍ତୁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.