ETV Bharat / city

ଏବର୍ଷ କେମିତି ରହିଛି ମୌସୁମୀ ବର୍ଷା ପ୍ରଭାବ, ଜାଣନ୍ତୁ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ର ସ୍ଥିତି କଣ ରହିଛି ଏବଂ ଚଳିତ ବର୍ଷ ଋତୁ କାଳୀନ ବର୍ଷା କଣ ରହିଛି ଦେଖନ୍ତୁ ଏହି ରିପୋର୍ଟ...

author img

By

Published : Aug 6, 2020, 4:19 PM IST

ରାଜ୍ୟରେ କଣ ରହିଛି ବର୍ଷାର ସ୍ଥିତି ନଜର ପକାନ୍ତୁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ର ସ୍ଥିତି କଣ ରହିଛି ଏବଂ ଚଳିତ ବର୍ଷ ଋତୁ କାଳୀନ ବର୍ଷା କଣ ରହିଛି ଦେଖନ୍ତୁ ଏହି ରିପୋର୍ଟ...

ଜୁନ 1 ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୫୭୦.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୬୩୯.୬ ଠାରୁ ୧୧% ପ୍ରତିଶତ କମ । ୧ ଜୁନ ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୧୦ ଟି ଜିଲ୍ଲା, ଯାଜପୁର (-୩୮%), ବାଲେଶ୍ୱର (-୩୪%), କେନ୍ଦ୍ରାପଡା (-୩୧%), ଖୋର୍ଦ୍ଧା (-୩୦%), କଟକ(-୨୬%), ନୟାଗଡ(-୨୫%), ସୋନପୁର (-୨୫ %), ଜଗତସିଂହପୁର (-୨୩%), ଏବଂ ମୟୁରଭଞ୍ଜ(-୨୨%), ପୁରୀ (- ୨୧%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ୨୦ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୩୮ % କମ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୧୬% ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

୧ ଜୁନ ରୁ ୬ ଅଗଷ୍ଟ ୨୦୨୦ ମଧ୍ୟରେ, ଓଡ଼ିଶାରେ ୪ ଟି ଜିଲ୍ଲାରେ ୩୦ ପ୍ରତିଶତ କିମ୍ବା ତା ଠାରୁ କମ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ମଧ୍ୟରେ ଯାଜପୁର ୪୮% ପ୍ରତିଶତ କମ । ବାଲେଶ୍ୱର ୩୪% ପ୍ରତିଶତ କମ, କେନ୍ଦ୍ରାପଡା ୩୧% ପ୍ରତିଶତ କମ, ଏବଂ ଖୋର୍ଦ୍ଧା ୩୦% ପ୍ରତିଶତ କମ ରହିଛି ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.