ଭୁବନେଶ୍ବର: ରାଜଧାନୀରେ ଜଣେସିକ୍ୟୁରିଟି ଗାର୍ଡଙ୍କର ଦୁର୍ବୃତ୍ତମାନେ ଗଳା କାଟି ହତ୍ୟା କରିଥିବା ଜଣା ପଡିଛି। ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ନିକଟରେ ଏହି ଘଟଣା ଘଟିଥିବାବେଳେ ପୋଲିସ ଆରମ୍ଭ କରିଛି ଏହାର ତଦନ୍ତ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପାହାଳ ଛକ ନିକଟରେ ଥିବା ସାରଳା ମାର୍ବଲ୍ସର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ବାଇଁଙ୍କୁ ଦୁର୍ବୁତ୍ତମାନେବେକ କାଟି ହତ୍ୟା କରିଛନ୍ତି । ତେବେ ମୃତ ଗଦାଧର ସ୍ବାଇଁ କଟକ ଜିଲ୍ଲା ଉଷୁମା ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏହି ଏହି ଘଟଣା ଜଣାପଡିବା ପାହାଳ ଛକ ନିକଟରେ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି । ତେବେ ଏଭଳି ହତ୍ୟାକାଣ୍ଡକୁ ନେଇ ରାଜଧାନୀରେ ଅପରାଧିଙ୍କ ଉତ୍ପାତ ନେଇ ଉଠିଛି ପ୍ରଶ୍ନ ।
ସେପଟେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ସାଇଣ୍ଟିଫିକ ଟିମ୍ ମଧ୍ୟ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ ସିକ୍ୟୁରିଟି ଗାର୍ଡଙ୍କ ହତ୍ୟାର କାରଣ ସନ୍ଦେହ ଘେରରେ ରହିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ