ETV Bharat / city

ନିଜ ବନ୍ଧୁକରୁ ଗୁଳି କରି ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା - ନିଜ ବନ୍ଧୁକରେ ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । ଭୁବନେଶ୍ବରରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ନିଜ ବନ୍ଧୁକରେ ଗୁଳିକରି ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

author img

By

Published : Aug 3, 2021, 11:45 AM IST

Updated : Aug 3, 2021, 3:30 PM IST

ଭୁବନେଶ୍ବର: ପତ୍ନୀ ଓ ପୁଅ ସାମ୍ନାରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । କ୍ୟାପିଟାଲ ଥାନା ଗଙ୍ଗନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । SIS ଶକ୍ୟୁରିଟି ଗାର୍ଡ ଏଜେନ୍ସିରେ କାମ କରୁଥିଲେ ରାଜଧାନୀ ଗଙ୍ଗନଗର ବାସିନ୍ଦା କୃଷ୍ଣଚନ୍ଦ୍ର ଦାସ । ସୋମବାର ପୋଲିସ କଣ୍ଟ୍ରୋଲରୁମକୁ ଫୋନ କରିଥିଲେ କୃଷ୍ଣଚନ୍ଦ୍ର । ପୋଲିସ ପହଞ୍ଚିବା କ୍ଷଣି ପୁଅ ଓ ପତ୍ନୀ ସାମ୍ନାରେ ନିଜ ବନ୍ଧୁକରେ ନିଜ ପେଟକୁ ଗୁଳି ମାଡ଼ କରିଥିଲେ ।

ପାରିବାରିକ କଳହକୁ ନେଇ କୃଷ୍ଣଚନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ତାଙ୍କ ଭାଇ । ସେପଟେ ରାଜେନ୍ଦ୍ର ନାମକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ଯୋଗୁଁ ଏଭଳି ସେ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଓ ଝିଅ ।

ଘରକୁ କୋଲୋନୀର କୌଣସି ଲୋକ ଆସିଲେ ପତ୍ନୀ ଓ ଝିଅକୁ ଆକଟ କରୁଥିଲେ କୃଷ୍ଣଚନ୍ଦ୍ର । ଏହାକୁ ନେଇ କୋଲୋନୀର ରାଜେନ୍ଦ୍ର ନାମକ ବ୍ୟକ୍ତି ତାଙ୍କ ସହ ଝଗଡ଼ା କୁରଥିଲେ । ଏହାପରେ ସେ ରହୁଥିବା ସେନପତି କୋଲୋନୀ ଛାଡ଼ି ବାହାରେ ରହିବାକୁ ଲାଗିଲେ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର । ଏହାପରେ ମଧ୍ୟ ରାଜେନ୍ଦ୍ର ଓ ତାଙ୍କର କିଛି ସହଯୋଗୀ କୃଷ୍ଣଙ୍କ ସହ ଝଗଡ଼ା କରୁଥିଲେ ।

ଏହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ । ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ସ୍ନେହଲତା ଦାସ। କୃଷ୍ଣଚନ୍ଦ୍ର ଭୁବନେଶ୍ବରର ଜଣେ ଏଟିଏମ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 3, 2021, 3:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.