ETV Bharat / city

ସଚିବାଳୟ ଏବେ ‘ଲୋକସେବା ଭବନ’

ବଦଳିବ ସଚିବାଳୟର ନାଁ । ଓଡିଶା ଲୋକସେବା ଭବନ ଭାବରେ ପରିଚିତ ହେବ ଓଡିଶା ସଚିବାଳୟ ।

author img

By

Published : Jul 29, 2019, 7:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବେନେଶ୍ବର: ରାଜ୍ୟରେ ପଞ୍ଚମ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସହ ସରଳତା ଆଣିବା ପାଇଁ ପ୍ରୟାସ କରୁଛନ୍ତି । ଶପଥ ଗ୍ରହଣ କରୁ କରୁ 5ଟିର ମନ୍ତ୍ରଦେଇଥିବା ନବୀନ ଏବେ ଏକ ବଡ ନିଷ୍ପତି ନେଇଛନ୍ତି । ଏଣିକି ରାଜ୍ୟ ସଚିବାଳୟର ନା ପରିବର୍ତ୍ତନ ହୋଇ ‘ଲୋକସେବା ଭବନ’ ନାମରେ ନାମିତ ହେବ । ଆଜି ବିଧାନସଭାରେ ଗୃହ ବିଭାଗର ଆଲୋଚନାର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା ଗୃହରେ ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ବିଭିନ୍ନ ସମୟରେ ସଚିବାଳୟ ନାଁ ପରିବର୍ତ୍ତନ ଦାବି ହେଉଥିଲା । ସଚିବଙ୍କ ନାଁରେ କାହିଁକି ସଚିବାଳୟ ବୋଲି ପ୍ରଶ୍ନ ଉଠାଉଥିଲେ ବିରୋଧୀ । ଆଉ ଆଜି ସଚିବାଳୟ ନାଁ ପରିବର୍ତ୍ତନ ନେଇ ଘୋଷଣା କରି ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଦେଖିବାର କଥା ହେଲା ଏହି ଲୋକସେବା ଭବନ କେତେ ଲୋକଙ୍କର କାର୍ଯ୍ୟରେ ଆସୁଛି ନା କେବଳ ନାଁରେ ସୀମିତ ରହୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.