ETV Bharat / city

ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାରେ 72 ପ୍ରତିଶତ ମତଦାନ

ଓଡିଶାର 5 ଲୋକସଭା ଆସନରେ ହୋଇଛି ସର୍ବମୋଟ 72 ପ୍ରତିଶତ ମତଦାନ ।

author img

By

Published : Apr 19, 2019, 8:20 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ

ଭୁବନେଶ୍ବର: ଶେଷ ହୋଇଛି ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦେଶର 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 95 ଟି ଲୋକସଭା ଆସନ ପାଇଁ ହୋଇଥିଲା ମତଦାନ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର 5 ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି । ଏହି 5 ଲୋକସଭା ଆସନରେ ସର୍ବମୋଟ 72 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ବରଗଡ ଲୋକସଭା ଆସନରେ 77.57 ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ 72.42 ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ସେହିପରି କନ୍ଧମାଳ ଲୋକସଭା ଆସନରେ 72.88 ପ୍ରତିଶତ, ସୁନ୍ଦରଗଡରେ 71.44 ପ୍ରତିଶତ ଏବଂ ଆସ୍କା ଲୋକସଭା ଆସନରେ 66.30 ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.