ETV Bharat / city

Cyclone Jawad Update: ବାତ୍ୟା ଜୱାଦକୁ ନେଇ NCMCର ଗୁରୁତ୍ବପୂର୍ଣ୍ଣ ବୈଠକ - Cyclone Jawad Latest news

ଆସନ୍ନ ବାତ୍ୟା ଜଓ୍ବାଦ ମୁକାବିଲା ଲାଗି ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ନ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ । ଅଧିକ ପଢନ୍ତୁ

Cabinet Secretary Rajiv Gauba
କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ ବୈଠକ
author img

By

Published : Dec 3, 2021, 9:38 PM IST

Updated : Dec 3, 2021, 10:30 PM IST

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା । ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସାମ୍ଭାବ୍ୟ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ । ପରେ ଏହା ଦିଗ ବଦଳାଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ଘଣ୍ଟାପ୍ରତି 90-100 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ମାନେ ରାଜ୍ୟ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସମୁଦ୍ର ମଧ୍ୟରୁ ନିରାପଦ ଭାବେ ମତ୍ସ୍ୟଜୀବୀମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ।

ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହିତ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଖାଦ୍ୟଶସ୍ୟ, ପାନୀୟ ଜଳ ଏବଂ ଅନ୍ୟ ଜରୁରି ସାମଗ୍ରୀ ମହଜୁଦ ରଖିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ବିଦ୍ୟୁତ, ସଡ଼କ, ଜଳଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ମରାମତି କରିବା ଲାଗି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି । ଫସଲଜନିତ କ୍ଷତି ହ୍ରାସ କରିବା ଲାଗି କଟା ହୋଇନଥିବା ଫସଲ ତୁରନ୍ତ ଜମିରୁ ଅମଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟରେ NDRF ଟିମ୍‌ ଗୁଡ଼ିକୁ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା କହିଛନ୍ତି ଯେ, ସମସ୍ତ ନିୟମକୁ ପାଳନ କରାଯିବା ଉଚିତ ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି କ୍ଷତି ହ୍ରାସ କରିବା ସମ୍ଭବ ହେବ । କ୍ୟାବିନେଟ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ସମ୍ପୃକ୍ତ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏ କ୍ଷେତ୍ରରେ ଆବଶ୍ୟକ ସହାୟତା ତଟରକ୍ଷୀ ବାହିନୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି । ଜରୁରି ସେବାଗୁଡ଼ିକୁ କମ କ୍ଷତି ସହିତ ଯଥାଶୀଘ୍ର ସ୍ବାଭାବିକ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ କହିଛନ୍ତି । ବାତ୍ୟା ସମୟରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୂଚୀତ କରିବା ଲାଗି ଉପଯୁକ୍ତ ସୂଚନା ଏବଂ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପ୍ରସାରିତ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । କୋଭିଡ ଡାକ୍ତରଖାନାଗୁଡ଼ିକର ବାଧାମୁକ୍ତ ପରିଚାଳନା ନିମନ୍ତେ ମଧ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ସ୍ବରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳବାଇ, ଜାହାଜ ଚଳାଚଳ ଓ ଜଳମାର୍ଗ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ଓ ମତ୍ସ୍ୟ ଆଦି ମନ୍ତ୍ରଣାଳୟ/ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । NDRF, IMD, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Dec 3, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.