ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ। ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆସନ୍ତା 2 ତାରିଖରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । 9 ତାରିଖରେ ହେବ ଯାଞ୍ଚ । 24 ତାରିଖରେ ନିର୍ବାଚନ । ଏହା ସହ 26 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏଥିଲାଗି ଗତ ଫେବୃଆରୀ ୨୫ ତାରିଖ ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ।
3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୋଗର ସୂଚନା ଅନୁସାରେ ମାର୍ଚ୍ଚ 2ରୁ 7 ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। 14 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏପ୍ରିଲ 8ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ 7 ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ । 106 ପୌର ପରିଷଦରେ ହେବ ନିର୍ବାଚନ । 47 ମୁନିସିପାଲିଟି ଓ 59 NACରେ ହେବ ନିର୍ବାଚନ।
ଏହା ବି ପଢନ୍ତୁ: Municipal Election: ବାଜିଲା ବିଗୁଲ୍, ମାର୍ଚ୍ଚ ୨୪ରେ ପୌର ନିର୍ବାଚନ
ଏହା ସହ 3 ମହାନଗର ନିଗମ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପୌର ନିର୍ବାଚନ ହେବ। ଏଥର ପୌର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ। ଏଥର ନୋଟା ମଧ୍ୟ ରହିବ। ସମୁଦାୟ 41 ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ