ETV Bharat / city

ନାମାଙ୍କନ ଶେଷ ଦିନରେ ଭିଡ ନିୟନ୍ତ୍ରଣ ପାଇଁ DGPଙ୍କୁ ଚିଠି କଲେ SEC

author img

By

Published : Jan 20, 2022, 7:10 PM IST

ନାମାଙ୍କନ ସମୟରେ ଲାଗୁଛି ଭିଡ । ଭିଡ ଲଗାଉଛନ୍ତି ନେତା ଓ କର୍ମୀ । କୋଭିଡ ଗାଇଡ ଲାଇନର ହେଉଛି ଉଲ୍ଲଙ୍ଘନ । ତୁରନ୍ତ ଏନେଇ ନିଆଯାଉ କାର୍ଯ୍ୟାନୁଷ୍ଠାନ । ଏହା ସହ ଡିଏସପି Rankର ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଉ । ଅଧିକ ପଢନ୍ତୁ

PanchayatPoll
PanchayatPoll

ଭୁବନେଶ୍ବର: ନାମାଙ୍କନ ସମୟରେ ଲାଗୁଛି ଭିଡ । ଭିଡ ଲଗାଉଛନ୍ତି ନେତା ଓ କର୍ମୀ । କୋଭିଡ ଗାଇଡ ଲାଇନର ହେଉଛି ଉଲ୍ଲଙ୍ଘନ । ତୁରନ୍ତ ଏନେଇ ନିଆଯାଉ କାର୍ଯ୍ୟାନୁଷ୍ଠାନ । ଏହା ସହ ଡିଏସପି Rankର ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଉ । ଏହି ଅନୁରୋଧ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ।

Photo
ନାମାଙ୍କନ ଶେଷ ଦିନରେ ଭିଡ ନିୟନ୍ତ୍ରଣ ପାଇଁ DGP ଙ୍କୁ ଚିଠି କଲେ SEC

ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଚିଠିରେ ଦର୍ଶାଇଛନ୍ତି ଯେ, ନାମାଙ୍କନ ପ୍ରକ୍ରିୟା 17 ରୁ ଆରମ୍ଭ ହୋଇଥିବାବେଳେ 21 ତାରିଖରେ ସରିବ । ନାମାଙ୍କନ ପତ୍ର ଦାଖଲ ବେଳେ ଭିଡ ଜମୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ପ୍ରାର୍ଥୀ ଓ ରାଜନୈତିକ ଦଳ ଗାଇଡଲାଇନ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ତେଣୁ ନିୟମକୁ କଡାକଡି ସହ ପାଳନ କରାଯାଉ ବୋଲି କମିଶନରଙ୍କ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଡିଏସପି Rankର ଅଧିକାରୀଙ୍କୁ କୋଭିଡ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ଶେଷ ଦିନରେ ଅଧିକ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ ହେବ। ଏହି ସମୟରେ ଯେପରି ଗହଳି ନହୁଏ । ସର୍ବସାଧାରଣ ସ୍ଥାନରେ ସଭା ନ କରାଯାଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ କମିଶନରଙ୍କ ସଚିବ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.