ଭୁବନେଶ୍ବର: ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି ଓବିସି । ଓଡ଼ିଶାରେ ଏସଇବିସି ଜନଗଣନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଜାତିଭିତିକ ଗଣନା ହେବା ଦରକାର । ସରକାର କଣ ପାଇଁ ଏ ପର୍ଯ୍ୟନ୍ତ ଓବିସି ଗଣନା କରୁନାହାନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଏ ସମ୍ପର୍କରେ ତଥ୍ୟ ରହିବା ଆବଶ୍ୟକ । ବିଜେପି-ବିଜେଡି ରାଜ୍ୟରେ ୧୦ ବର୍ଷ ଭାଗିଦାରୀରେ ସରକାର ଚଳାଇଥିଲେ । ବିଜୁ ବାବୁ ମଧ୍ୟ ଓବିସିଙ୍କ କଥା କହିଥିବା ସେ କହିଛନ୍ତି ।
ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ପ୍ରସଙ୍ଗ ସଙ୍ଗୀନ । ରାଜ୍ୟରେ ଶିକ୍ଷକ ନାହାନ୍ତି, ମେଡିକାଲରେ ଡାକ୍ତର ଅଭାବ, ଏହି ସବୁ ପ୍ରସଙ୍ଗରୁ ନଜର ହଟେଇବାକୁ ରାଜ୍ୟ ସରକାର ଏସବୁ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ