ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ମୌସୁମୀ ସକ୍ରିୟ ଥିବାରୁ ଭଲ ବର୍ଷା ଜାରି ରହିଛି ।
୧ ଜୁନରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୯୧୦.୦ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୮୬୯.୮ ମିମି ଠାରୁ ୫ % ଅଧିକ । ୧ ଜୁନରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଗୋଟିଏ ଜିଲ୍ଲା ଖୋର୍ଦ୍ଧାରେ -୨୧% ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।
ସେହିପରି ୧ ଜୁନରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଲା ମାଲକାନଗିରି (୫୨%), କେନ୍ଦ୍ରାପଡା (୨୬%), ଭଦ୍ରକ (୨୫%), ଢେଙ୍କାନାଳ (୨୩%), ଦେବଗଡ଼(୨୨%) ଏବଂ ଜଗତସିଂହପୁର (୨୦%)ରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ଖୋର୍ଦ୍ଧାରେ ସର୍ବନିମ୍ନ ୬୪୧.୦ ମିମି, ଯାହା ସ୍ଵାଭାଵିକ ବର୍ଷା ୮୧୦.୧ ମିମି ଠାରୁ ୨୧% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୨୬ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୪୫.୬ ମିମି ଯାହା ସ୍ୱାଭାବିକ ବର୍ଷା ୯୫୨.୬ ମିମି ଠାରୁ ୫୨% ପ୍ରତିଶତ ଅଧିକ ।
ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ