ଭୁବନେଶ୍ବର: ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଛୁଇଁଛି । ଗତକାଲି (ଗୁରୁବାର) ପଞ୍ଚମ କୋରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ସେ ରହୁଥିବା ଭୁବନେଶ୍ବରର ୟୁନିଟ ୭ ସ୍ଥିତ ସୂର୍ଯ୍ୟ ନଗରକୁ ସମ୍ପୁର୍ଣ୍ଣ ସିଲ କରି ଦିଆଯାଇଛି । ପଞ୍ଚମ ଆକ୍ରାନ୍ତଙ୍କ ଘର ସୂର୍ଯ୍ୟ ନଗରରେ ହୋଇଥିବାରୁ ବିଏମସି ପ୍ରଶାସନ ପକ୍ଷରୁ ସୂର୍ଯ୍ୟ ନଗର ଚତୁର୍ପାଶ୍ବ ରାସ୍ତା ଗୁଡିକୁ ସିଲ କରିଦିଆ ଯାଇଛି।
ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଲୋକଙ୍କ ପାଖେ ପହଞ୍ଚେଇବା ପାଇଁ ବିଏମସି ପକ୍ଷରୁ 2 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟୀତ୍ବ ଦିଆଯାଇଛି । ତେବେ ବିଏମସି ପକ୍ଷରୁ ପନିପରିବା, ଖାଦ୍ୟ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ