ଭୁବନେଶ୍ବର : ରାଜ୍ୟରେ ଟିକାକରଣ ପାଇଁ ଏପ୍ରିଲ ପହିଲାରୁ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି ।
45 ବର୍ଷରୁ 59 ବର୍ଷ ବ୍ୟକ୍ତିଙ୍କ ପାଇଁ ଡାକ୍ତରୀ ସାର୍ଟିଫିକେଟ୍ ଅନାବଶ୍ୟକ । ଏପ୍ରିଲ ପହିଲାରୁ କୋଭିଡ-19 ଟୀକାକରଣ ପାଇଁ 45 ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏସିଏସ ଚିଠିରେ ଲେଖା ଅନ୍ୟପଟେ ଅନଲାଇନ୍ ପଞ୍ଜିକରଣ ଏବଂ ଅଫ ଲାଇନ ପଞ୍ଜୀକରଣ 1 ଏପ୍ରିଲ 2021ରୁ ଆରମ୍ଭ ହୋଇପାରେ । ଏନେଇ ଜିଲ୍ଲାପାଳ, ମହାନିଗର ନିଗମ ଓ ମାଜିଷ୍ଟ୍ରେଟଙ୍କୁ ଏସିଏସ ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ