ETV Bharat / city

ଧୋକାଦିଆ ‘କାଳିଆ’! - କୃଷି ସଚିବ ସୌରଭ ଗର୍ଗ

ହିତାଧିକାରୀ କହୁଛନ୍ତି, ଆମକୁ ଲୋଡା ‘କାଳିଆ’ । କୋଟିଏ ଆବେଦନକାରୀ । ହେଲେ ‘କାଳିଆ’ କହୁଛି, ରୁହ । ଏବେ ପରଖିବାର ବେଳ !

ଡିଜାଇ ଫଟୋ
author img

By

Published : Aug 7, 2019, 7:32 AM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ‘କାଳିଆ’ ଆସିଥିଲା । ବିଜେ ହୋଇଥିଲା । କେତେ ଆଶା, କେତେ ଆନନ୍ଦ । ସ୍ବପ୍ନରେ ନୁହେଁ, ସତସତିକା ‘କାଳିଆ’ । ଦରଦି ମଣିଷର କାଳିଆ ନୁହେଁ, ଚାଷୀ ପାଇଁ ‘କାଳିଆ’ । ଯେଉଁ କାଳିଆ କଳା ନଥିଲା । ଥିଲା କେବଳ ଗାନ୍ଧୀ ମୁଣ୍ଡ । କାନରେ ଗୁଞ୍ଜରିତ କରୁଥିଲା ଶଙ୍ଖଧ୍ବନି । ଥରେ ନୁହେଁ, ପାଞ୍ଚଥର ଆସିବି ବୋଲି ପ୍ରତିଶ୍ରୁତି ବି ଦେଇଥିଲା । ହେଲେ ଏବେ ହାତ ଛାଡିବାକୁ ବସିଛି ସେହି ‘କାଳିଆ’ ।

ହଁ, ଏବେ ‘କାଳିଆ’ କହୁଛି, ମୋତେ ପାଇବା ପାଇଁ ତୁମେ ଯୋଗ୍ୟ ନୁହେଁ । ଛାଡିଦିଅ । ନହେଲେ ମୁଁ ନିଜେ ଛଡେଇ ହୋଇଯିବି । ଯିଏ ଯୋଗ୍ୟ, ମୁଁ ତା ପାଖକୁ ହିଁ ଯିବି । କିସ୍ତି କିସ୍ତି ହୋଇ ବିଜେ କରିବି । ଯାହାକୁ ନେଇ ଚିନ୍ତାରେ ଚାଷୀ । ‘କାଳିଆ’କୁ ଛାଡିବାକୁ ଚାହିଁବ ବା କିଏ ?

51 ଲକ୍ଷ ହିତାଧିକାରୀ । ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ୧୪ଲକ୍ଷ ଭୂମିହୀନ କୃଷି ଶ୍ରମିକ । ନିର୍ବାଚନ ପୂର୍ବରୁ ସଭିଙ୍କ ଘରକୁ ବିଜେ କରିଥିଲା ‘କାଳିଆ’ । ସରକାରକୁ ଆସିଲେ ଶପଥ ନେବା ଦିନ ହିଁ ଆଉଥରେ ବିଜେ କରିବାକୁ କହିଥିଲା । ଯଦିଓ ସମୟ ଅଭାବରୁ ଆଉ କିଛି ବାଦ ପଡିଥିଲେ, ତଥାପି ବି ‘କାଳିଆ’ ପ୍ରତିଶ୍ରୁତିଟିଏ ଦେଇଥିଲା । ତମେ ବି ଅପେକ୍ଷା କର । ଖାଲି ନିର୍ବାଚନଟା ସରିଯାଉ । ମୁଁ ସଭିଙ୍କୁ ପାଖକୁ ଯିବି । 70 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଖକୁ । ଲୋକେ ବି ଆଶା ବାନ୍ଧିଥିଲେ । ଅପେକ୍ଷା କରିଥିଲେ, କେବେ ଆସିବ ‘କାଳିଆ’ ।

ସରିଗଲା ନିର୍ବାଚନ । ଭଲ କାମ ଦେଲା ‘କାଳିଆ’ ଡୋଜ୍। ଲୋକଙ୍କ ଭିତରେ ସରକାର ସପକ୍ଷରେ ସକରାତ୍ମକ ମାନସିକତାଟିଏ ସୃଷ୍ଟି କଲା । ପୁଣିଥରେ ସେହି ସରକାର । ସରକାରଙ୍କ କହିବା ମୁତାବକ, ଶପଥଗ୍ରହଣ ଦିନ ହିତାଧିକାରୀଙ୍କ ପାଖକୁ ପୁଣି ‘କାଳିଆ’ ବିଜେ କରିଛି । ହେଲେ ସେ ନଛୋଡ ବନ୍ଧା । ଧରାଛୁଆଁ ଦେଉନି ।

ନିର୍ବାଚନ ପୂର୍ବରୁ ମନେ ହେଉଥିଲା, ସତେ ଯେମିତି ‘କାଳିଆ’ ନିହାତୀ ଦରକାର । ଫନି କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ଯେତେ ତତ୍ପରତା ନାହିଁ, ତାଠାରୁ ଅଧିକ ଥିଲା କାଳିଆ ଟଙ୍କା ବଣ୍ଟନ ପାଇଁ । ହିତାଧିକାରୀ ଚିହ୍ନଟ ଠିକ ଭାବରେ ହୋଇନଥିଲା । ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତଥାପି ବି ପୁରା ତରବରିଆ ଭାବରେ କାଳିଆ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ଲାଗୁଥିଲା, ‘କାଳିଆ’ ବିଜେ ନକଲେ ଚାଷୀକୂଳ ଭାସିଯିବେ । ଟଙ୍କା ବଣ୍ଟା ବି ତୁରନ୍ତ କରାଗଲା ।

ଆଉ ଆଜି ଯେତେବେଳେ କୃଷି ସଚିବ ସୌରଭ ଗର୍ଗ ଯୋଗ୍ୟ ଅଯୋଗ୍ୟ କଥା କହୁଛନ୍ତି, ପ୍ରଶ୍ନ ଉଠୁଛି ଭୋଟ୍ ପାଇଁ ଆସିଥିଲା କି ‘କାଳିଆ’ । ଯୋଗ୍ୟ ଅଯୋଗ୍ୟ ଠିକ ଭାବରେ ଚିହ୍ନଟ କରାନଯାଇ ଟଙ୍କା ବଣ୍ଟା ଯାଉଥିଲା କାହିଁକି? ଏବେ ସରକାରଙ୍କ ପାଖରେ କୋଟିଏ ‘କାଳିଆ’ ଆବେଦନକାରୀ । ପ୍ରଶ୍ନ, କାହାର ହେବ ‘କାଳିଆ’?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.