ETV Bharat / city

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ‌ ପିଲାଙ୍କ ଅଫଲାଇନ ପାଠପଢା ଆରମ୍ଭ

author img

By

Published : Oct 15, 2021, 10:48 AM IST

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଏକାଦଶ ତଥା ଯୁକ୍ତ ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା । ସେହିପରି ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଅଧିକ ପଢନ୍ତୁ...

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ‌ ପିଲାଙ୍କର ଆରମ୍ଭ ଅଫଲାଇନ ପାଠପଢା

ଭୁବନେଶ୍ବର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଏକାଦଶ ତଥା ଯୁକ୍ତ ୨ ପ୍ରଥମ ବର୍ଷ ଅଫଲାଇନ ପାଠପଢା । ସେହିପରି ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏନେଇ ଆଜି(ଶୁକ୍ରବାର) ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

୨୫ରୁ ଅଷ୍ଟମ ଶ୍ରେଣୀ‌ ପିଲାଙ୍କ ଅଫଲାଇନ ପାଠପଢା ଆରମ୍ଭ

ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍ ମୋଡ୍‌ରେ କରାଯିବ । ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ପୂଜା ଛୁଟି ଚାଲିଛି । ଛୁଟି ଶେଷ ହେବା ପରେ ସୂଚନାକ୍ରମେ ସ୍କୁଲରେ ପାଠପଢା ଆରମ୍ଭ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସବୁ ଜିଲ୍ଲାର ଡିଇଓଙ୍କ ସହ ଆସନ୍ତାକାଲି( ଶନିବାର) ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡରେ ବୈଠକ ହେବ । କ୍ଲାସ ରୁମ୍‌ ପରିଚାଳନା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଏଥିସହ କିଭଳି ଗାଇଡଲାଇନ୍‌ ମାନି ପିଲାଙ୍କ ପାଠପଢ଼ା ହେବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହେବ । ପୂର୍ବରୁ ନବମ ଓ ଦ୍ବାଦଶ ଶ୍ରେଣୀ କ୍ଲାସ୍ ଚାଲିଥିଲା । ଉଭୟ କ୍ଲାସର ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପାଠ ପଢୁଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.