ଭୁବନେଶ୍ବର: ରାଜ୍ୟରେ ଆଜି (ଶୁକ୍ରବାର)ଖୋଲିଛି ସମସ୍ତ ସ୍କୁଲ ଓ କଲେଜ । 9 ମାସର ବ୍ୟବଧାନ ପରେ ଖୋଲିଛି ସମସ୍ତ ଶିକ୍ଷାନୁଷ୍ଠାନ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଯାହା ଆଜିଠାରୁ 100 ଦିନ ପର୍ଯ୍ୟନ୍ତ ପାଠ ପଢ଼ାଯିବ। ଏହି 100 ଦିନ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି । ମହାମାରୀ ପାଇଁ ଅନଲାଇନ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ । ଏବେ ଶ୍ରେଣୀ ଗୃହରେ ବସି ଅଧିକ ପାଠ ପଢିବେ ବୋଲି ଆଶା ରଖିଛନ୍ତି। 100 ଦିନ ଭିତରେ କୋର୍ସ ଶେଷ କରିବା ସ୍କୁଲ କର୍ତ୍ତୁପକ୍ଷ ଚେଷ୍ଟା କରିବେ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟରେ 10018 ସ୍କୁଲରେ 6 ଲକ୍ଷ ପିଲା ପାଠ ପଢୁଛନ୍ତି । 8000 ସରକାରୀ ସ୍କୁଲ ରହିଥିବା ବେଳେ 2 ହଜାର ଘରୋଇ ସ୍କୁଲ ରହିଛି। ଏସଓପି ଅନୁସାରେ,ପିଲାମାନେ ଶ୍ରେଣୀଗୃହରେ ବସିବା ସମୟରେ 5 ଫୁଟ ସାମାଜିକ ଦୂରତା ବଜାଇ ରଖିବେ। ଏହା ସହ 20 ରୁ ଅଧିକ ପିଲା ହେଲେ ଅଧିକ ଶ୍ରେଣୀରେ ବ୍ୟବସ୍ଥା କରାଯିବା । ପିଲାଙ୍କୁ ସ୍କୁଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ଓ ଭଲ ଭାବରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ସେପଟେ, କଲେଜ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ସମୟରେ ଗ୍ରୁପ ଅନୁସାରେ ପ୍ରାକ୍ଟିକାଲ କରିବେ। 20 ରୁ 25 ଜଣ ପିଲା ଗୋଟିଏ ଲ୍ୟାବ ମଧ୍ୟରେ ରହିପାରିବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ