ETV Bharat / city

ଶିକ୍ଷକଙ୍କୁ କୋରୋନା ଘଟଣା, ବିଶୋଧନ ପରେ ଖୋଲିଲା ସ୍କୁଲ - ବିଶୋଧନ ପରେ ରାଜଧାନୀରେ ଖୋଲିଲା ସ୍କୁଲ

ରାଜଧାନୀର ଏକ ସ୍କୁଲରେ ଶିକ୍ଷକ କୋରୋନା ଚିହ୍ନଟ ହେବା ପରେ ଏହାକୁ ବିଶୋଧନ କରାଯାଇ ସୋମବାର ଖୋଲା ଯାଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ସ୍କୁଲ ଶିକ୍ଷକଙ୍କୁ କୋରୋନା ଘଟଣା, ବିଶୋଧନ ପରେ ଖୋଲିଲା ସ୍କୁଲ

author img

By

Published : Feb 22, 2021, 12:36 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରସ୍ଥିତ ନୟାପଲ୍ଲୀ ଆଇ.ଆର.ସି ଭିଲେଜ ବିଦ୍ୟାଳୟରେ ଜଣେ ଶିକ୍ଷକ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଦ୍ୟାଳୟକୁ ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରଖାଯିବା ପରେ ବିଦ୍ୟାଳୟକୁ ବିଶୋଧନ କରାଯାଇ ସୋମବାରଠାରୁ ସ୍କୁଲକୁ ଖୋଲାଯାଇଛି ।

ରାଜଧାନୀରେ ସ୍କୁଲ ଶିକ୍ଷକଙ୍କୁ କୋରୋନା ଘଟଣା, ବିଶୋଧନ ପରେ ଖୋଲିଲା ସ୍କୁଲ

ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବା ସମୟରେ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏଣୁ ପ୍ରଧାନ ଶିକ୍ଷକ ଓ ଡ଼ିଇଓମାନେ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ଉପରେ ନଜର ରଖିଛନ୍ତି । ଯଦି କାହାର କୌଣସି ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କର କୋରୋନା ଟେଷ୍ଟ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ସେପଟେ ସଂକ୍ରମଣକୁ ନେଇ କୈାଣସି ପ୍ରକାର ଭୟ ନ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି । ତେବେ ସରକାରଙ୍କ ଏସଓପି ମୁତାବକ ବିଦ୍ୟାଳୟରେ ପାଠପଢ଼ା ହେଉଛି । ସରକାରଙ୍କ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ବିଦ୍ୟାଳୟରେ ପିଲାମାନେ ନିର୍ଭୟରେ ପାଠପଢୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.