ETV Bharat / city

ପିଲାଙ୍କୁ ମିଳିବ 37 ଦିନର ମଧ୍ୟାହ୍ନଭୋଜନ, ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି - Department of Mass Education write letter to all DM

ସ୍କୁଲ ପିଲାଙ୍କୁ ମିଳିବ 37 ଦିନର ମଧ୍ୟାହ୍ନ ଭୋଜନ । ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ବିଭାଗ । ବଣ୍ଟନବେଳେ କୋଭିଡ ନିୟମ ଅନୁପାଳନ ଉପରେ କଡା ନିର୍ଦ୍ଦେଶ । ଅଧିକ ପଢନ୍ତୁ....

ପିଲାଙ୍କୁ ମିଳିବ 37 ଦିନର ମଧ୍ୟାହ୍ନ ଭୋଜନ, ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

author img

By

Published : Jun 3, 2021, 10:28 PM IST

Updated : Jun 3, 2021, 10:57 PM IST

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ମିଳିବ 37 ଦିନର ମଧ୍ୟାହ୍ନ ଭୋଜନ । ସ୍କୁଲ ପିଲାଙ୍କ ଘରକୁ ଯିବ 37 ଦିନର ମଧ୍ୟାହ୍ନ ଭୋଜନ । ସ୍କୁଲ କମିଟି ଉପସ୍ଥିତିରେ ସ୍କୁଲରେ ଚାଉଳ ବଣ୍ଟା ଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ରନ୍ଧା ଖାଦ୍ୟ ବାବଦ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ସେହିପରି ବଣ୍ଟନବେଳେ ଭିଡ ନ କରିବାକୁ ମଧ୍ୟ ଗଣଶିକ୍ଷା ବିଭାଗ କଡା ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି । ଏପଟେ ସ୍କୁଲ କମିଟି ଓ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲରେ ଚାଉଳ ବଣ୍ଟା ଯିବ ବୋଲି ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି ।

1 ଏପ୍ରିଲରୁ 30 ଜୁନ ପର୍ଯ୍ୟନ୍ତ ବିଦ୍ୟାଳୟ କାର୍ଯ୍ୟ ଦିବସ ପାଇଁ ଗୋଟିଏ ପର୍ଯ୍ୟାୟରେ 2021-22 ବର୍ଷ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ସମଗ୍ର ପ୍ରକ୍ରିୟା ସମୟରେ, ସ୍ବଚ୍ଛତା ନିଶ୍ଚିତ ହେବା ଉଚିତ ଏବଂ ଅଡିଟ୍ ପାଇଁ ଆବଶ୍ୟକ ଅନୁଯାୟୀ ସମସ୍ତ ସମ୍ବନ୍ଧୀୟ ପଞ୍ଜିକରଣଗୁଡିକ ରକ୍ଷଣାବେକ୍ଷଣ କରାଯିବା ଉଚିତ। ପରିବହନ ଏବଂ ଶୁଖିଲା ରାସନ ଚାଉଳ ବଣ୍ଟନ ସମୟରେ ସମସ୍ତ କୋଭିଡ-19 ପ୍ରୋଟକଲ ତଥା ଫେସ୍ ମାସ୍କିଂ, ହ୍ୟାଣ୍ଡ୍ ସାନିଟାଇଜିଂ, ସାମାଜିକ ଦୂରତା ଇତ୍ୟାଦି ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦେଇଛି ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

Last Updated : Jun 3, 2021, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.