ETV Bharat / city

ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ

author img

By

Published : Oct 31, 2020, 11:49 AM IST

ଅନଲକ-6 ପର୍ଯ୍ୟାୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡ ଲାଇନ । ଏହି ନିୟମ ମୁତାବକ, ନଭେମ୍ବର 16ରେ ନବନ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ ।

ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ
ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: ଅନଲକ -6 ପର୍ଯ୍ୟାୟରେ ଖୋଲିବ ସ୍କୁଲ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଅନଲକ-6 ର ଗାଇଡଲାଇନ ହୋଇଛି । ଏହି ନିୟମ ନଭେମ୍ବର ମାସ ପାଇଁ ଲାଗୁ ହେବ ।

ରାଜ୍ୟରେ ନଭେମ୍ବର 16ରୁ ସ୍କୁଲ ଖୋଲିବ । କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ନଭେମ୍ବର 30 ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ପଷ୍ଟ କରିବା ପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ
ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ

ଏହି ନିୟମ ଅନୁସାରେ ବନ୍ଦ ରହିବ ଆନ୍ତର୍ଜାତୀୟ ବିମାନ ସେବା । ରାଜନୈତିକ, ସାମାଜିକ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରହିବ କଟକଣା । ବାହାଘରରେ 200 ଓ ଶେଷକୃତ୍ବ ପାଇଁ 50 ଜଣ ସାମିଲ ହୋଇପାରିବେ । ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତି ଅନୁସାରେ ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା କରାଯାଇପାରିବ। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଦେଇ ପାରିବେ ଅନୁମତି । ସମସ୍ତ ସିନେମା ହଲ , ସୁଇମିଙ୍ଗ ପୁଲ ଆଦି ନଭେମ୍ବର 16 ପର୍ଯ୍ୟନ୍ତ ବନ୍ଦ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଓ ତପନ ଦାସ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.