ଭୁବନେଶ୍ବର: ଘରୋଇ ସ୍କୁଲ ଦେୟ ଛାଡ଼ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି ଅଭିଭାବକ ମହାସଙ୍ଗ । ଏନେଇ ଉଚ୍ଚ ନ୍ୟାୟାଳୟ ଚାରି ସପ୍ତାହ ମଧ୍ୟରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । କୋରୋନା ମହାମାରୀ ପାଇଁ ସ୍କୁଲ ସବୁ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ ଥିଲା l
ମହାମାରୀରେ ଆର୍ଥିକ ସମସ୍ୟା ଦୃଷ୍ଟିରୁ ତଥା ସ୍କୁଲ ବନ୍ଦ ଥିବାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦୁଇଟି ପର୍ଯ୍ୟାୟରେ ସ୍କୁଲ ଫି ରିହାତି ଦେବାକୁ ଗଣଶିକ୍ଷା ବିଭାଗ ସବୁ ପ୍ରାଇଭେଟ ସ୍କୁଲ ପାଇଁ 20-21 ଶିକ୍ଷା ବର୍ଷ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ l ଏବର୍ଷ ମଧ୍ୟ କୋରୋନା ପାଇଁ ସ୍କୁଲ ବନ୍ଦ ଥିଲା ମାତ୍ର ଏକ ମାସ ହେଲା ବିଭିନ୍ନ ପର୍ଯ୍ୟାୟରେ ସ୍କୁଲ ଖୋଲିଛି l ହେଲେ କୋରୋନା ପ୍ରକୋପ ଜାରି ରହିଥିଳା ଓ ସ୍କୁଲ ବନ୍ଦ ଥିଲା କିନ୍ତୁ କିଛି ପ୍ରାଇଭେଟ ସ୍କୁଲ ଏବର୍ଷ ପାଇଁ ସ୍କୁଲ ଫିକୁ ବୃଦ୍ଧି କରି ଫି ଆଦାୟ କରିଛନ୍ତି l
ଏହି ସମସ୍ୟାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଏହି ବର୍ଦ୍ଧିତ ଫି ବୃଦ୍ଧି ଓ ଅଭିଭାବକ ମାନଙ୍କୁ ପରୀକ୍ଷାରୁ ବଞ୍ଚିତ ରଖିବାକୁ ବିରୋଧ କରି ଅଭିଭାବକ ମହାସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ l ଏହି ମାମଲାରେ କୋର୍ଟ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବକୁ ରିପୋର୍ଟ ତଲବ କରି ଫି ଆଦାୟ ସଂକ୍ରାନ୍ତିରେ ସମ୍ପୂର୍ଣ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l
ଯେହେତୁ ସ୍କୁଲ ବନ୍ଦ ଥିଲା ଓ କେବଳ ଅନଲାଇନ କ୍ଲାସ ଚାଲୁଥିଲା ଓ ଅଭିଭାବକ ମାନେ ମଧ୍ୟ କୋରୋନା ପାଇଁ ଆର୍ଥିକ ସମସ୍ୟାରେ ଥିଲେ ତେଣୁ ମହାସଂଘ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଏବର୍ଷ ପାଇଁ ସ୍କୁଲ ଆଦାୟ ସହ ସ୍କୁଲ ଫି ବୃଦ୍ଧି ନ କରିବାକୁ ହାଇକୋର୍ଟଙ୍କୁ ଆବେଦନ କରିଥିଲା l
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ