ETV Bharat / city

ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

author img

By

Published : Feb 7, 2020, 10:35 AM IST

Updated : Feb 7, 2020, 1:04 PM IST

ବାଣୀବିହାର ଛକରେ ସୁଦାନନ୍ଦ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ବସରେ ଛାତ୍ରଛାତ୍ରୀ ନଥିବା ସୂଚନା । ଅଧିକ ଖବର ପଢନ୍ତୁ...

School bus hit a Lori truck
ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

ଭୁବନେଶ୍ବର: ବାଣୀବିହାର ଛକରେ ସ୍କୁଲ ବସ ଦୁର୍ଘଟଣା । ଏନଏଚ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ସୁଦାନନ୍ଦ ସ୍କୁଲ ବସ। ପିଲାଙ୍କୁ ନେବାକୁ ଯାଉଥିବାବେଳେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ବସ । ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ, ବସରେ କୌଣସି ଛାତ୍ରଛାତ୍ରୀ ନଥିବା ସୂଚନା ରହିଛି । ଦୁର୍ଘଟଣାରେ ବସର ସାମ୍ନା ଭାଗ ବନେଟ ଓ କାର୍ବୋରେଟର ଫାଟିଯାଇ ସାମ୍ନା କାଚ ଭାଙ୍ଗି ଚୁରମାର ହୋଇଛି ।

ଆଜି(ଶୁକ୍ରବାର) ସକାଳୁ ବସଟି ପିଲାଙ୍କୁ ସ୍କୁଲ ନେବାକୁ ଯାଉଥିଲା । ଏହି ସମୟରେ ସତସଙ୍ଗ ବିହାର ନିକଟରେ ହାଇୱାକୁ(OD33H7249) ହଠାତ ପଛ ପଟୁ ଧକ୍କା ଦେଇଥିଲା ବସ(OR02AN7501) । ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ଘଟିଥିବା ବସ ଡ୍ରାଇଭର ୟୁନୁସ ମହମ୍ମଦ କହୁଥିବାବେଳେ ଦୁଇ ଯାନ ମଧ୍ୟରେ ଦୂରତା କମ ଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବାଣୀବିହାର ଛକରୁ କିଛି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଗାଡିରେ ଚଢିଥାନ୍ତେ । ଭାଗ୍ୟ ବଶତଃ ଦୁର୍ଘଟଣାଟି ଏହା ପୂର୍ବରୁ ଘଟି ଏକ ବଡ ଅଘଟଣରୁ ଏଡାଇ ଯାଇଛି ।

ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

ସେପଟେ ଦୁର୍ଘଟଣାକୁ ନେଇ କିଛି ସମୟ ଧରି ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଗାଡିକୁ ଥାନାକୁ ନେବା ସହ ଗାଡିର ଫିଟନେସ ଓ ଅନ୍ୟାନ୍ୟ ଜିନିଷ ଯାଞ୍ଚ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବାଣିବିହାରରେ ହାଇୱାକୁ ପିଟିଲା ସ୍କୁଲ ବସBody:

ଏନ ଏଚ ଉପରେ ସ୍କୁଲ ବସ ଦୁର୍ଘଟଣା।ବାଣି ବିହାର ଏନଏଚ ଉପରେ ଦୁର୍ଘଟଣା ଗ୍ରସ୍ତ ହେଲା ସୁଦାନନ୍ଦ ବିଦ୍ଯାଳୟ ସ୍କୁଲ ବସ।ପିଲାଙ୍କୁ ନେବାକୁ ଯାଉଥିବା ବେଳେ ଏକ ହାଇୱା କୁ ପଛପଟୁ ଧକ୍କାଦେଲା ବସ।ଫଳରେ ବସଟିର ସାମ୍ନା ଦୁର୍ଘଟଣାଗ୍ରସ୍ତ ହୋଇଥିବା ବନେଟ ଓ କାର୍ବୋରେଟର ଫାଟିଯାଇଛି ସାମ୍ନା କାଚ ଭାଙ୍ଗିଚୁରମାର ହୋଇଛି ।ବସରେ ଥିବା ଡ୍ରାଇଭର ଅଳ୍ପକେ ବର୍ତିଯାଇଛନ୍ତି।ବସରେ କୌଣସି ଛାତ୍ରଛାତ୍ରୀ ନଥିବା ସୁଚନା ମିଳିଛି।
ସୁଚନା ମୁତାବକ ସକାଳ ୭ଟା ୪୦ ସମୟରେ ବସଟି ସ୍କୁୁଲ ପିଲାଙ୍କୁ ନେବାକୁ ଆସୁଥିଲା ।ତେବେ ସତସଙ୍ଗବିହାର ନିକଟରେ ହାଇୱାଟି(OD33H7249) ଗାଡି କୁ ହଟାତ ପଛପଟୁ ସ୍କୁଲ ବସଟି(OR02AN7501) ଧକ୍କା ଦେଇଥିଲା।ସ୍କୁଲ ବସର ଡ୍ରାଇଭର ୟୁନୁସ ମହମ୍ମ କହିଛନ୍ତି ହଟାତ ବ୍ରେକ ଦେବାରୁ ହାଇୱା ପଛପଟେ ପିଟିହୋଇଥିଲା ।ତେବେ ଉପସ୍ଥିତ ପୋଲିସଙ୍କ କହିବା କଥା ଗାଡି ମଧ୍ଯରେ ଦୁରତା ଅଭାବରୁ ଏଭଳି ଏକ ଅଘଟଣ ଘଟିଲା ସ୍ବୌଭାଗ୍ଯବସତଃ କୌଣସି ଛାତ୍ରଛାତ୍ରୀ ନଥିଲେ।ବାଣିବିହାରରୁ କିଛି ଛାତ୍ର ଛାତ୍ରୀ ଓ ଅଧ୍ଯାପକ ଗାଡିରେ ଉଠି ଥାନ୍ତେ।ତେବେ ତାପୁର୍ବରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ପରେ ଅଳ୍ପକେ ବର୍ତିଲା।ହାଇୱାଠୁ ପଛପଟେ ଦୁରତ କମ ଥିବା ଯୋଗୁଁ ଦୁର୍ଘଟଣା ଘଟିଲା ଫଳରେ ଗାଡିଟି ପିଟିହେଲା ବୋଲି ପୋଲିସ ସଂଦେହ କରିଛି। ତେବେ ଘଟଣା ସ୍ଥଳରେ ପ୍ରାୟ ଅଧଘଣ୍ଟା ଧରି ଚାପାଉତେଜନା ରହିଥିଲା।ପରେ ପୋଲିସ ପହଂଚି ଦୁଇ ଗାଡିକୁ ଥାନାକୁ ନେବା ସହ ଗାଡିର ଫିଟନେସ ଓ ଅନ୍ଯାନ୍ଯ ଜିନିଷ ଯାଂଚ କରୁଛି।Conclusion:
Last Updated : Feb 7, 2020, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.