ETV Bharat / city

ଦିଲ୍ଲୀରେ ମାନବ ସମ୍ବଳ ମନ୍ତ୍ରୀଙ୍କୁ ଭେଟିଲେ ଗଣଶିକ୍ଷା ମନ୍ତ୍ରୀ - ସମୀର ଦାଶ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଭେଟିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବାତ୍ୟା ଫନିରେ ବିଧ୍ବସ୍ତ ହୋଇଥିବା ସ୍କୁଲ ଗୁଡିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jul 30, 2019, 11:16 PM IST

ଭୁବନେଶ୍ବର: କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଭେଟିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ସାକ୍ଷତ କରି ମାଧ୍ୟମିକ ଶିକ୍ଷା ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଛନ୍ତି ।

human-resourch-minister-at-delhi
pic-1

ଏହାସହ ବାତ୍ୟା ଫନିର ବିଧ୍ବସ୍ତ ହୋଇଥିବା ବିଦ୍ୟାଳୟ ଗୁଡିକର ମରାମତି କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ମନ୍ତ୍ରୀ ସମୀର ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନ ଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି ।

ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧି କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
କେନ୍ଦ୍ର ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ସମୀର ଦାଶ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର
ମାନବସମ୍ବଳ ମନ୍ତ୍ରୀ ଶ୍ରୀ ରମେଶ ପୋକରିଆଲ୍‌ଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା
କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଫନୀ ବାତ୍ୟା ବିଧ୍ୱସ୍ତ ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି ।
Body:ଏତଦ୍‌ବ୍ୟତୀତ ମନ୍ତ୍ରୀ ଶ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା,
ମଧ୍ୟାହ୍ନ ଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦
ଟଙ୍କା ଅଧିକ ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ । ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା
ପାଇଁ ଅବଧି ସୀମାକୁ ୩୧.୦୩.୨୦୧୯ ପରିବର୍ତ୍ତେ ୩୧.୦୩.୨୦୨୦କୁ ବୃଦ୍ଧି କରିବା ପାଇଁ ଦାବି ଉପସ୍ଥାପନ
କରିଥିଲେ । ନୂତନ ଶିକ୍ଷାନୀତି ଉପରେ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧି କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ ।
କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ
୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ଅନୁରୋଧ କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ
ଅନ୍ତର୍ଗତ ଆଇସିଟି ପ୍ରୋଗ୍ରାମରେ ପଡ଼ି ରହିଥିବା କାର୍ଯ୍ୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ୧୩୩୦୫.୪୦
ଲକ୍ଷ ମଂଜୁରୀ କରିବା ପାଇଁ ୨୦୧୮ ମସିହା ମଇ ମାସ ଓ ୨୦୧୯ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ
କେନ୍ଦ୍ର ସରକାରଙ୍କୁ ପତ୍ର ଦିଆଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ । ଓଡ଼ିଶା ସ୍କୁଲ ଏଜୁକେସନ୍‌
ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭.୭୯୭ ଲକ୍ଷ ଟଙ୍କା ଦେବା
ପାଇଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଥିଲେ ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.