ETV Bharat / city

ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ସାନି ନିର୍ଦ୍ଦେଶାବଳୀ ଜାରି କଲେ ଏସଆରସି - reopening of schools decision

ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା । ନିଷ୍ପତ୍ତି ବଦଳିବା ନେଇ SRCଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଅଧିକ ପଢନ୍ତୁ..

ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ସାନି ନିର୍ଦେଶାବଳୀ ଜାରି କଲେ ଏସଆରସି

author img

By

Published : Oct 31, 2020, 4:33 PM IST

ଭୁବନେଶ୍ବର: ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ । ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା । ନିଷ୍ପତ୍ତି ବଦଳିବା ନେଇ SRCଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସ୍କୁଲ ଖୋଲିବା ନେଇ ଜାରି ହୋଇଥିବା ତାରିଖ ଉପରେ ଗଣଶିକ୍ଷା ବିଭାଗ ପୁନଃବିଚାର କରିବ । ଏବଂ ପରବର୍ତ୍ତୀ ସମୟ ନିର୍ଦ୍ଧାରଣ ବିଭାଗ କରିବା ବୋଲି ଏସଆରସି ପକ୍ଷରୁ ଜଣାଯାଇଛି ।

ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ସାନି ନିର୍ଦେଶାବଳୀ ଜାରି କଲେ ଏସଆରସି
ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ସାନି ନିର୍ଦେଶାବଳୀ ଜାରି କଲେ ଏସଆରସି

ତେବେ ଏସଆରସି ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନଭେମ୍ବର ୧୫ ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଏହା ପୂର୍ବରୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ଜଣାଇଛନ୍ତି ।

ପୂର୍ବରୁ ଜାରିହୋଇଥିବା ଗାଇଡଲାଇନରେ ନଭେମ୍ବର ୧୬ ତାରିଖରେ ସ୍କୁଲ ଖୋଲିବା ବୋଲି ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସ୍ଵତନ୍ତ୍ର ଏସଓପି ଆଲୋଚନା ପରେ ଆସିବ ଏବଂ ସ୍କୁଲ ଖୋଲାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.