ETV Bharat / city

MBBS ଓ BDSରେ ନାମଲେଖା: 30ରେ ଚଏସ୍ ଲକିଂ

MBBS ଓ BDSରେ ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶିତ କରିଛି OJEE । 30 ତାରିଖ ପୂର୍ବାହ୍ନ 10ଟାରୁ 31 ତାରିଖ ମଧ୍ୟରାତ୍ରି ଯାଏଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

author img

By

Published : Jan 29, 2022, 7:15 AM IST

MBBS ଓ BDSରେ ନାମଲେଖା: 30ରେ ଚଏସ୍ ଲକିଂ
MBBS ଓ BDSରେ ନାମଲେଖା: 30ରେ ଚଏସ୍ ଲକିଂ

ଭୁବନେଶ୍ବର: MBBS ଓ BDSରେ ନାମଲେଖା ପାଇଁ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶିତ କରିଛି OJEE । ଏଥିରେ ନାମଲେଖା ପାଇଁ 30 ତାରିଖ ପୂର୍ବାହ୍ନ 10ଟାରୁ 31 ତାରିଖ ମଧ୍ୟରାତ୍ରି ଯାଏଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ଫେବୃୟାରୀ 3ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟୟ ଆଲଟମେଣ୍ଟ ତାଲିକା । ଫେବୃୟାରୀ 5ରୁ 10 ତାରିଖ ଅପରାହ୍ନ 5ଟା ଯାଏଁ ନାମଲେଖା ପାଇଁ ରିପୋର୍ଟିଂ କରିପାରିବେ ଛାତ୍ରଛାତ୍ରୀ ।

MBBS ଓ BDSରେ ନାମଲେଖା: 30ରେ ଚଏସ୍ ଲକିଂ
MBBS ଓ BDSରେ ନାମଲେଖା: 30ରେ ଚଏସ୍ ଲକିଂ

କଟକର SCB ମେଡ଼ିକାଲ କଲେଜରେ 212ଟି ସିଟ୍ ରହିଥିବା ବେଳେ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜରେ 213 ସିଟ୍ ରହିଛି । ସେହିପରି ବୁର୍ଲାର ଭୀମସାର ମେଡ଼ିକାଲ କଲେଜରେ 170ଟି, ବାରିପଦାରେ ପିଆରଏମଏମସିଏଚ ମେଡ଼ିକାଲ କଲେଜ(Pandit Raghunath Murmu Medical College)ରେ 106ଟି, କୋରାପୁଟର ଏସଏଲଏନଏମସିଏଚ କଲେଜ(S L N Medical College & Hospital)ରେ 106, ବାଲେଶ୍ୱର ଏଫଏମ କଲେଜରେ 85 ସିଟ୍, ବଲାଙ୍ଗୀରର ବିବିଏମସିଏଚ ମେଡ଼ିକାଲ କଲେଜ(Santha Bhima Bhoi Medical College & Hospital)ରେ 85 ସିଟ୍, ପୁରୀର ଏସଜେଏମସିଜି କଲେଜ(Sri Jagannath Medical College and Hospital)ରେ 85 ସିଟ୍, ଭୁବନେଶ୍ବରର ହାଇଟେକ ମେଡ଼ିକାଲ କଲେଜରେ 150ଟି ରାଉରକେଲାର ହାଇଟେକ ମେଡ଼ିକାଲ କଲେଜରେ 100, କଟକର ଏସସିବିଡିସି(SCBDC)ରେ 54 ଏବଂ ଭୁବନେଶ୍ୱରର ହାଇଟେ୍କ ଡେଣ୍ଟଲ କଲେଜରେ 100ଟି ସିଟ୍ ରହିଛି ।

ରାଜ୍ୟରେ 12ଟି ମେଡିକାଲ କଲେଜ ରହିଥିବାବେଳେ ଏଥିରେ ମୋଟ ସିଟ୍ ସଂଖ୍ୟା 1466 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.