ETV Bharat / city

ନୟାପଲ୍ଲୀ ବ୍ୟବସାୟୀ ଅପହରଣ ଘଟଣା: ସିସିଟିଭିରେ କଏଦ କିଡନାପର ଦୃଶ୍ୟ

ସିସିଟିଭିରେ କଏଦ ହେଲା ଲାଇଭ କିଡନାପିଂର ଦୃଶ୍ୟ । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଘର ଆଗରୁ ବ୍ୟବସାୟୀଙ୍କୁ ଉଠାଇ ନେଇଥିଲେ ଅପହରଣକାରୀ । ପୋଲିସର ତଦନ୍ତ ଆରମ୍ଭ ।

author img

By

Published : Jun 9, 2019, 9:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଘର ଆଗରେ କାରରେ ଶୋଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ବ୍ୟବସାୟୀ ଜଣକ ହେଉଛନ୍ତି ଶିବସୁନ୍ଦର ଦାସ । ସେ ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ନିଜ ବାସଭବନରେ ରୁହନ୍ତି । ଶୁକ୍ରବାର ରାତିରେ ସେ ଘର ବାହାରେ ଥିବା ନିଜ କାର୍ ଭିତରେ ଶୋଇଥିଲେ । ଏତିକିବେଳେ ୬ ଜଣ ଯୁବକ ଏକ ଇନୋଭା କାରରେ ଆସି ତାଙ୍କୁ ଅପହରଣ କରିନେଇଥିଲେ । ଯାହାର ଦୃଶ୍ୟ ସ୍ପଷ୍ଟଭାବେ ସିସିଟିଭିରେ କଏଦ ହୋଇଛି ।

ଅପହରଣକାରୀ ଶିବସୁନ୍ଦରଙ୍କୁ ନେଇ ଯାଉଥିବା ବେଳେ ବାଣୀବିହାର ଓଭରବ୍ରିଜ ଉପରେ ଆରଟିଓ ପକ୍ଷରୁ ଚେକିଂ ଚାଲିଥିଲା । ହଠାତ୍ କାରଟି ବ୍ରେକ ମାରିବାରୁ ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଥିଲା । ଠିକ ସମୟରେ ପଛରୁ ଆସୁଥିବା ଗୋଟିଏ ଟ୍ରକ ଦୁଇ କାରକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏ ପରିସ୍ଥିତିରେ ଦୁର୍ବୃତ୍ତ ମାନେ ବାଟ ନପାଇ ଗାଡ଼ି ଛାଡି ପଳାଇଥିଲେ ।

ତେବେ ଗାଡ଼ିକୁ ସହିଦନଗର ଥାନା ପୋଲିସ ଜବତ କରିଥିବା ବେଳେ ଗାଡିରୁ ଦୁଇଟି ମାଉଜର ମଧ୍ୟ ଜବତ କରିଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବା ସହ ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ସିସିଟିଭି ରେ କଏଦ ବ୍ୟବସାୟୀଙ୍କ ଅପହରଣ

ସିସିଟିଭିରେ କଏଦ ବ୍ୟବସାୟୀଙ୍କ ଅପହରଣ। କେମିତି କରିଥିଲେ ଅପହରଣ। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ଅପହରଣ କରିଥିଲେ ଜଣେ ବ୍ୟବସୟୀ ଙ୍କୁ। ଏହି ଅପହରଣ କରିବାର ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଆଇ ଆର୍ ସି ଭିଲେଜ ରେ ରହୁଛନ୍ତି ଶିବ ସୁନ୍ଦର ଦାସ। ଶୁକ୍ରବାର ରାତି ରେ ଶିବ ସୁନ୍ଦର ଘର ବାହାରେ ଥିବା ନିଜ କାର୍ ଭିତରେ ସୋଇଥିଲେ। ୬ ଜଣ ଯୁବକ ଏକ ଇନୋଭା କାର ରେ ଆସି ଶିବ ସୁନ୍ଦର ଙ୍କୁ ଅପହରଣ କରିଥିଲେ। ଅପହରଣ କରିବା ବେଳେ ବାଣୀ ବିହାର ଓଭର୍ ବ୍ରିଜ ଉପରେ ଆର୍ ଟି ଓ ର ଚେକିଂ କରୁଥିବା ବେଳେ କାର ବ୍ରେକ ମାରିବାରୁ ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା।ଏଥି ସହ ପଛରୁ ଆସୁଥିବା ଟ୍ରକ୍ ଟି ଦୁଇ କାର କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣା ପରେ ଦୃର୍ବୁତ୍ତ ମନେ ଗାଡ଼ି ଛାଡିକି ପଳାଇଥିଲେ। ଗାଡ଼ିକୁ ସହିଦ ନଗର ଥାନା ପୋଲିସ ଜବତ କରିବା ବେଳେ ଗାଡିରୁ ଦୁଇଟି ମାଉଜର ବାହାରିଥିଲା । 
ତେବେ ଏହି ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ବ। ଖୁବ ଶୀଘ୍ର ଦୃର୍ବୁତ୍ତ ଙ୍କ ପାଖରେ ପହଞ୍ଚି ପାରିବ ।

Videos send WhatsApp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.