ETV Bharat / city

ସରକାରୀ ପଦବୀରେ ଘୋଟାଲା, 232 ବଦଳରେ 127ଜଣଙ୍କୁ ନିଯୁକ୍ତି

author img

By

Published : Jul 15, 2020, 11:09 AM IST

Updated : Jul 15, 2020, 5:40 PM IST

ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି) ର ଡ଼ିଇଓ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ସନ୍ଦେହ। ଅନେକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି। ପୁନଃ ବିଚାର କରିବାକୁ ଦାବି ମଧ୍ୟ କରାଯାଇଛି ।

ସରକାରୀ ପଦବୀରେ ଘୋଟାଲା, 232 ବଦଳରେ 127ଜଣଙ୍କୁ ନିଯୁକ୍ତି
ସରକାରୀ ପଦବୀରେ ଘୋଟାଲା, 232 ବଦଳରେ 127ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି) ର ଡ଼ିଇଓ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ସନ୍ଦେହ। ଅନେକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି। ପୁନଃ ବିଚାର କରିବାକୁ ଦାବି ମଧ୍ୟ କରାଯାଇଛି । ଗତ 2015 ମସିହାରେ ଗୃହ ବିଭାଗ ପକ୍ଷରୁ 232 ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ବିଜ୍ଞାପନ ଦିଆଯାଇଥିଲା। ଏଥି ନିମନ୍ତେ 20 ମେ 2015 ମସିହାରେ ଓଏସଏସସି ପରୀକ୍ଷା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ବିଜ୍ଞପ୍ତି ସଂଖ୍ୟା 61/2015/2650 । ଉକ୍ତ ବିଜ୍ଞପ୍ତି ଅନୁସାରେ ମୋଟ 232 ପଦବୀ ପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। 2017ରେ ଏହାର ପ୍ରଥମ ଥର ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ 3 ବର୍ଷ ପରେ 2019 ରେ ଏହାର ଫଳ ପ୍ରକାଶ କରାଗଲା।

କିନ୍ତୁ ଏଥିରେ ପରୀକ୍ଷାର୍ଥୀଙ୍କ ନମ୍ଵର ଓ ଯୋଗ୍ୟତା ତାଲିକା ପ୍ରକାଶ କରାଗଲା ନାହିଁ । 2019 ଡିସେମ୍ବର ମାସରେ ଦ୍ବିତୀୟ ପରୀକ୍ଷା କରାଗଲା। କିନ୍ତୁ ଏଥିରେ ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ 127 ଜଣଙ୍କୁ ନିଯୁକ୍ତି ତାଲିକାରେ ସ୍ପଷ୍ଟ କରାଗଲା। ତେବେ ବାକି ପଦବୀକୁ ଫାଇଲ ତଳେ ଚପାଇ ଦିଆଗଲା । ଏଥିରେ ଅନେକ ପରୀକ୍ଷାର୍ଥୀ ନିରାଶ ହେବା ସହ ବିନା ନୋଟିସରେ 105 ଟି ପଦବୀ କିପରି କମ କରାଗଲା ? 105 ପଦବୀ କାହାପାଇଁ ? କେଉଁ ମାନଙ୍କ ହାତରେ ରହିଛି ଏହି ସବୁ ପଦବୀ ନିଯୁକ୍ତି ପ୍ରକ୍ରିୟା ? ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ଧରି ପରୀକ୍ଷାକୁ ନେଇ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ପଦବୀ ସଂଖ୍ୟା କମେଇ ଦିଆଯାଇଛି। ସେ ପୁଣି ବିନା ନୋଟିସରେ। ଏହାଦ୍ବାରା ଅନେକ ଛାତ୍ରଛାତ୍ରୀ ଆଶା ହରାଇବା ସହ ନିରାଶ ହୋଇଛନ୍ତି। ଯାହା ଫଳରେ ଆଉ ଥରେ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 15, 2020, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.