ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ବୃତ୍ତିରାଶି କାଟ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଛାତ୍ରଛାତ୍ରୀଙ୍କର ମାଟ୍ରିକ ପରେ ମିଳୁଥିବା ବୃତ୍ତିରାଶିକୁ କମାଇ ଦେଇଛନ୍ତି ସରକାର । ଏନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି ।
ଏହା ଏକ କେନ୍ଦ୍ରୀୟ ଯୋଜନା । କେନ୍ଦ୍ରରେ ଉପା ସରକାର ରହିଥିବାବେଳେ 2013-14 ପର୍ଯ୍ୟନ୍ତ ସତ ପ୍ରତିଶତ ଅନୁଦାନ ମିଳୁଥିଲା । କିନ୍ତୁ ଦୁଃଖର ବିଷୟ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟ ସରକାର ଏହାକୁ କେଉଁ ଆଧାରରେ କାଟିଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।
ସେହିପରି ଯେଉଁ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ 60 ହଜାର ଟଙ୍କା ବୃ୍ତ୍ତି ମିଳୁଥିଲା ବର୍ତ୍ତମାନ ତାହା 25 ହଜାରରେ ପହଞ୍ଚିଛି । ଏପରି ଅନେକ ଛାତ୍ରଛାତ୍ରୀଙ୍କର ବୃତ୍ତିରାଶି କମାଇ ଦିଆଯାଇଛି । ଏଭଳି ସ୍ଥିତିରେ ପିଲାମାନେ କିପରି ପାଠ ପଢିବେ ତାହା ସନ୍ଦେହ ସୃଷ୍ଟି କରିଥିବା ସେ କହିଛନ୍ତି ।
ଅନ୍ୟପଟେ ଓଡିଶା ସରକାର ପ୍ରତିଟି ବିଲରେ କେନ୍ଦ୍ର ସରକାରଙ୍କୁ ଦୃଢ ସମର୍ଥନ କରିଥିବାବେଳେ ଏବେ ବି ଚୁପ୍ ରହିଛନ୍ତି । ତେଣୁ ଏଥିରୁ ପ୍ରମାଣିତ ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ