ETV Bharat / city

ମନ୍ତ୍ରୀଙ୍କ ପିଛା ଛାଡୁନି ହାଇଦ୍ରାବାଦ ଗସ୍ତ ବିବାଦ, କଂଗ୍ରେସ ଟାର୍ଗେଟରେ ସରକାର

author img

By

Published : Nov 29, 2019, 4:28 PM IST

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ହାଇଦ୍ରାବାଦରେ ସରକାରୀ ଟଙ୍କାରେ ମହିଳା ବନ୍ଧୁ ମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଘଟଣାରେ ପୁଣି ଆଜି ପର୍ଯ୍ୟଟନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହାସହ ମନ୍ତ୍ରୀଙ୍କ ଗସ୍ତରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି ବୋଲି ସରକାର ସ୍ପଷ୍ଟ କରିଥିବା କହିଛନ୍ତି ପ୍ରମିଳା ମଲ୍ଲିକ ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ହାଇଦ୍ରାବାଦରେ ସରକାରୀ ଟଙ୍କାରେ ମହିଳା ବନ୍ଧୁ ମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଘଟଣାରେ ପୁଣି ଆଜି ପର୍ଯ୍ୟଟନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗତକାଲି ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଦେଇଥିବା ସ୍ପଷ୍ଟୀକରଣରେ ମନ୍ତ୍ରୀଙ୍କ ଗସ୍ତରେ ଦିଆଯାଇଥିବା ଟଙ୍କା କିଏ କେଉଁ ଆକାଉଣ୍ଟରେ ଦେଇଛନ୍ତି ତାହାର ଉତ୍ତର କାହିଁକି ଦେଲେ ନାହିଁ ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମନ୍ତ୍ରୀ ସରକାରୀ ଗସ୍ତରେ ହୋଟେଲ ତାଜକ୍ରିଷ୍ଣା ପଞ୍ଚତାରକା ହୋଟେଲରେ ମହିଳାଙ୍କ ପାଇଁ ସରକାର କାହିଁକି ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ ପଚାରିଛି କଂଗ୍ରେସ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇଥିଲେ କି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ?5‘ଟି’ ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଟ୍ରାନ୍ସପେରନ୍ସି କେଉଁଠି ରହିଲା ତାହାର ଉତ୍ତର ରଖନ୍ତୁ । ମୁଖ୍ୟମନ୍ତ୍ରୀ ଅପବାଦ ହେବା ଭୟରେ ଆଗୁଆ ପଳାୟନ ପନ୍ଥୀ ହୋଇ ବିଧାନସଭା ବନ୍ଦ କରିଦେଲେ ବୋଲି କଂଗ୍ରେସ କହିଛି ।

ଏହାର ଜବାବରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ନିୟମ ଓ ପ୍ରକ୍ରିୟା ଅନୁସାରେ ଗୃହକାର୍ଯ୍ୟ ବନ୍ଦ ହୋଇଛି। ଆଲୋଚନା ପାଇଁ କୌଣସି ବିଲ ନ ଥିଲା। ଅଗଣତାନ୍ତ୍ରିକ ନୁହେଁ ବରଂ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ବିଧାନସଭା ବନ୍ଦ ହୋଇଛି। ମନ୍ତ୍ରୀ ପାଣିଗ୍ରାହୀ ପ୍ରସଙ୍ଗରେ କହିଛନ୍ତି ଯେ, କିଏ କାହା ବନ୍ଧୁବାନ୍ଧବଙ୍କୁ ସାଙ୍ଗରେ ନେଇ କି ଯାଇପାରିବେନି କି? ଏହା ସହ ମନ୍ତ୍ରୀଙ୍କ ଗସ୍ତରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ହାଇଦ୍ରାବାଦ ରୋଡ-ଶୋ ରେ ସରକାର ଙ୍କ ଟଙ୍କାରେ ମହିଳା ବନ୍ଧୁ ମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଘଟଣା ରେ ପୁଣି ଆଜି ପର୍ଯ୍ୟଟନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ।ଗତକାଲି
ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ଦେଇଛନ୍ତି ,ମନ୍ତ୍ରୀ ଙ୍କ ଗସ୍ତ ରେ ଦିଆଯାଇଥିବା ଟଙ୍କା, କିଏ, କେଉଁ ଆକାଉଣ୍ଟ ରେ ଦେଇଛନ୍ତି ତାହାର ଉତ୍ତର କାହିଁକି ଦେଲେ ନାହିଁ।

Body:ମନ୍ତ୍ରୀ ସରକାରୀ ଗସ୍ତ ରେ ହୋଟେଲ ତାଜ୍ କ୍ରିଣ୍ଣା 5ଷ୍ଟାର ହୋଟେଲ ର ଆତିଥ୍ୟ ରେ କାହିଁକି ବେସରକାରୀ କଂପାନୀ ଖର୍ଛ କରିଛି ବୋଲି ପ୍ରଶ୍ନ ପଚାରିଛି କଂଗ୍ରେସ ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମତି ନେଇଥିଲେ କି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ?
5T ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣା ରେ ଟ୍ରାନ୍ସପେରନ୍ସି କେଉଁଠି ରହିଲା ତାହାର ଉତ୍ତର ରଖନ୍ତୁ । ଏହା ସହ ନିଜ କ୍ଯାବିନେଟ୍ ମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟ ପାଇଁ

ମୁଖ୍ୟମନ୍ତ୍ରୀ ଅପବାଦ ହେବା ଭୟରେ ଆଗୁଆ ପଳାୟନ ପନ୍ଥୀ ହୋଇ ବିଧାନ ସଭା ବନ୍ଦ କରିଦେଲେ।ବୋଲି କଂଗ୍ରେସ ଅଭିଯୋଗ କରିଛି ଏହାର ଜବାବ ରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯ,

Conclusion:
ବିଧାନସଭା ଆଗୁଆ ବନ୍ଦ ନେଇ ଜବାବ ରକହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ରୂଲ ଏବଂ ପ୍ରସୂଜର ଅନୁସାରେ ଗୃହ ବନ୍ଦ ହୋଇଛି। ଆଲୋଚନା ପାଇଁ କୌଣସି ବିଲ ନଥିଲା। ଅଗଣ ତାନ୍ତ୍ରିକ ନୁହେଁ ସମ୍ପୂର୍ଣ୍ଣ ଗଣ ତନ୍ତ୍ରକ ଉପାୟରେ ବିଧାନସଭା ବନ୍ଦ ହୋଇଛି। ମନ୍ତ୍ରୀ ପାଣିଗ୍ରାହୀ ପ୍ରସଙ୍ଗ ରେ କହିଛନ୍ତି ଯେ , କିଏ କାହା ବନ୍ଧୁବାନ୍ଧବଙ୍କୁ ସାଙ୍ଗରେ ନେଇ କି ଯାଇପାରିବେନି କି । ସରକାର ସ୍ପଷ୍ଟ କରିସାରିଛନ୍ତି ସରକାରୀ ଅର୍ଥ ଖର୍ଚ୍ଚ ହୋଇନି। ବୋଲି
କହିଛନ୍ତି ପ୍ରମିଳା ମଲ୍ଲିକ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.