ETV Bharat / city

ଜି.ଏସ୍‌.ଟି କମିଶନର ଭାବେ ଦାଇତ୍ୱ ନେଲେ ସଂଜୟ ସିଂହ - କମିଶନର ଭାବେ ଦାଇତ୍ୱ ନେଲେ ସଂଜୟ ସିଂହ

ଜି.ଏସ୍‌.ଟି କମିଶନର ଭାବେ ଆଜି ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ । ଅଧିକ ପଢନ୍ତୁ

Sanjay Singh take charge as GST Commissioner
ଜି.ଏସ୍‌.ଟି କମିଶନର ଭାବେ ଦାଇତ୍ୱ ନେଲେ ସଂଜୟ ସିଂହ
author img

By

Published : Aug 30, 2022, 10:44 PM IST

ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ ଆଜି ବାଣିଜ୍ୟ କର ତଥା ଜି.ଏସ୍‌.ଟି କମିଶନର ଭାବେ ଆଜି ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । କଟକ ସ୍ଥିତ ମୁଖ୍ୟାଳୟକୁ ଯାଇ ସେ ଦାୟୀତ୍ୱ ନେଇଛନ୍ତି । ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ସଂଜୟଙ୍କୁ ସ୍ୱାଗତ କରାଯାଇଛି ।

ଜି.ଏସ୍‌.ଟି କମିଶନର ଭାବେ ଅତିରିକ୍ତ ଦାୟୀତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂହ । କଟକ ସ୍ଥିତ ମୁଖ୍ୟାଳୟରେ ଦାୟୀତ୍ୱ ନେଇଛନ୍ତି । ଏନେଇ ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ସଂଜୟଙ୍କୁ ସ୍ବାଗତ କରାଯାଇଛି । ଦାୟୀତ୍ୱ ନେବା ପରେ ସଂଜୟ ବିଭାଗୀୟ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିବା ସହ ପରେ ପରେ ସେ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଛନ୍ତି ।

ତେବେ ବାଣିଜ୍ୟକର ତଥା ଦ୍ରବ୍ୟ ଓ ସେବାକର ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ବରାନ୍ବତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ ପାଇପାରବେ ସେ ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଦ୍ରବ୍ୟ ଓ ସେବାକର କ୍ଷେତ୍ରରେ ପ୍ରବର୍ତ୍ତିତ ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ କଲେ ସୁଫଳ ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି ।ତେବେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.