ETV Bharat / city

‘ରାଜ୍ୟରେ କମିଛି ଶିଶୁ ଓ ମାତୃ ମୃତ୍ୟୁହାର’ - ମାତୃ ମୃତ୍ୟୁ ହାର ଦୃତଗତିରେ ହ୍ରାସ

କମୁଛି ଶିଶୁ ଓ ମାତୃ ମୃତ୍ୟୁହାର । ରାଜ୍ୟରେ ସମ୍ପୂର୍ଣ୍ଣା ଯୋଜନା ଲାଗୁ ହେବା ପରେ ମିଳିଛି ଏହି ସଫଳତା ।

ଫାଇଲ ଫଟୋ
author img

By

Published : Aug 28, 2019, 9:02 PM IST

ଭୁବନେଶ୍ବର: ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଛି ସମ୍ପୂର୍ଣ୍ଣା ଯୋଜନା । ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ । ଏଥିପାଇଁ ଏକ କମିଟି ଗଠନ ସହିତ ମାସିକ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନେଇ ବୁଧବାର ହୋଇଥିବା ସମୀକ୍ଷା ବୈଠକରେ ଶିଶୁ ମୃତ୍ୟୁହାର ହ୍ରାସ ଲାଗି ଯେଉଁ ଲକ୍ଷ୍ୟ ଦିଆଯାଇଛି ତାହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ 2011-13 ବର୍ଷରେ 1ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ 222 ଜଣ ମୃତ୍ୟୁବରଣ କରୁଥିବା ବେଳେ 2014 ରୁ 2016 ସୁଦ୍ଧା ଏହା180କୁ ହ୍ରାସ ପାଇଛି । 2020 ସୁଦ୍ଧା ସମ୍ପୂର୍ଣ୍ଣା ମାଧ୍ୟମରେ ଏହାକୁ 117 ଓ 2030 ସୁଦ୍ଧା 70ରେ ପହଞ୍ଚେଇବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ସେହିଭଳି2011-13 ରେ ପ୍ରତି ହଜାର ନବଯାତ ଶିଶୁଙ୍କ ମଧ୍ୟରୁ 51 ଜଣ ମୃତ୍ୟୁବରଣ କରିଥିବା ବେଳେ 2017ରେ ତାହା 41ରେ ପହଞ୍ଚିଛି । 20202 ସୁଦ୍ଧା ଏହି ସଂଖ୍ୟା 30 କୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଛି ।

ସର୍ବଭାରତୀୟସ୍ତରରେ ମାତୃ ମୃତ୍ୟୁ ହାର ଦୃତଗତିରେ ହ୍ରାସ ପାଉଥିବା ବେଳେ ଓଡ଼ିଶାର ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି । ଅନୁରୂପ ଭାବେ ନବଜାତ ମୃତ୍ୟୁ ହ୍ରାସ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ହାରର ପାଖାପାଖି ରହିଛି । 2017ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୩୩ଜଣଙ୍କ ମୃତ୍ୟୁ ହେଉଥିବାବେଳେ ଓଡ଼ିଶାରେ ଏହା ଦୃତଗତିରେ ହ୍ରାସ ପାଇ 41 ପହଁଚିଛି । ରାଜ୍ୟରେ ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହେବାପରେ ଏହି ସଫଳତା ମିଳିଛି ।

ସମ୍ପୂର୍ଣ୍ଣା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା, ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୁତିଙ୍କ ପାଇଁ ଥିବା ଓଟି ଓ SNCU ରେ ତାଲିମ ପ୍ରାପ୍ତ ଷ୍ଟାଫ ନର୍ସ ନିଜୁକ୍ତି ଉପରେ ଗୁରୁତ୍ଵ ଦିଆଯାଇଛି । ଗର୍ଭବତୀ ମହିଳା ଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ଓ ପୃଷ୍ଟିହୀନତା ଦୂର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଶିଶୁ ଓ ମାତୃ ସ୍ଵାସ୍ଥ୍ୟ ସଂକ୍ରାନ୍ତରେ ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଅତ୍ୟାଧୁନିକ ICU କୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଯନା କୁ ଅଧିକ କ୍ରିୟାଶୀଳ କରିବା ଲାଗି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ଏକ କମିଟି ଗଠନ ସହିତ ମାସିକ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନେଇ ଆଜି ହୋଇଥିବା ସମୀକ୍ଷା ବୈଠକରେ ଏହା ମୃତ୍ୟହାର ହ୍ରାସ ଲାଗି ଯେଉଁ ଲକ୍ଷ ଦିଆଯାଇଥିଲେ ମଧ୍ୟ ଯୋଗନା କୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ କହିଛନ୍ତି ।ସୂଚନା ଅନୁସାରେ ୨୦୧୧,୧୩ ବର୍ଷରେ ୧ଲକ୍ଷ ପ୍ରସୁତି ଙ୍କ ମଧ୍ୟରୁ ୨୨୨ଜଣ ମୃତ୍ୟୁ ବରଣ କରୁଥିବା ବେଳେ ୨୦୧୪,ରୁ ୧୬ ସୁଦ୍ଧା ୧୮୦କୁ ହ୍ରାସ ପାଇଛି ।Body:୨୦୨୦ସୁଦ୍ଧା ସମ୍ପୂର୍ଣ୍ଣା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ସୁଦ୍ଧା ୭୦ରେ ପହଞ୍ଚେଇବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି ।ସେହିଭଳି ୨୦୧୧ -୧୩ରେ ପ୍ରତି ହଜାର ନବଯାତ ଶିଶୁ ଙ୍କ ମଧ୍ୟରୁ ୫୧ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୭ରେ ତାହା ୪୧ରେ ପହଞ୍ଚି ଛି ।୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବା ପାଇଁ ଲକ୍ଷ ରହିଛି ।ସର୍ବଭାରତୀୟ ସ୍ତରରେ ମାତୃ ମୃତ୍ୟୁ ହାର ଦୃତଗତିରେ ହ୍ରାସ ପାଉଥିବା ବେଳେ ଓଡ଼ିଶାର ମଧ୍ୟ ଏହି ହାର ଜାତୀୟ ସ୍ତର ସହିତ ତାଳ ଦେଇ ହ୍ରାସ ପାଇବାରେ ଲାଗିଛି ।Conclusion:ଅନୁରୁପ ଭେବେ ନବଜାତଙ୍ଅ ହ୍ରାସ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ହାର ର ପାଖାପାଖି ରହିଛି ।୨୦୧୭ସୁଦ୍ଧା ଜାତୀୟ ସ୍ତରରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୩୩ଜଣ ମରୁଥିବା ବେଳେ ଓଡ଼ିଶାର ଏହା ଦୃତଗତିରେ ହ୍ରାସ ପାଇ ୪୧ ରହିଛି ।ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ପରେ ଏହି ସଫଳତା ମିଳିଛି ।ସମ୍ପୂର୍ଣ୍ଣା ଯୋଜନା କୁ ଅଧିକ କ୍ରିୟଶିଳ FRU ବିଶେଷଜ୍ଞ ଡାକ୍ତର ନିଜୁକ୍ତି ,ପ୍ରସୁତି ଙ୍କ ପାଇଁ ଥିବା ଓଟି ଓ SNCU ରେ ତାଲିମ ପ୍ରାପ୍ତ ଷ୍ଟାପ ନର୍ସ ନିଜୁକ୍ତି ଉପରେ ଗୁରୁତ୍ଵ ଦିଆଯାଇଛି ।ଗର୍ଭବତୀ ମହିଳା ଙ୍କ ଠାରେ ଦେଖାଯିଉଥିବଖ ରକ୍ତ ହୀନତା ଓ ପୃଷ୍ଠିହୀନତା ଦୁର ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି ।ସେହିଭଳି ଶିଶୁ ଓ ମାତୃ ସ୍ଵାସ୍ଥ୍ୟ ସଂକ୍ରାନ୍ତରେ ସଚେତନ କାର୍ଯ୍ୟକ୍ରମ କୁ ବ୍ଯାପକ କରିବା FRU କୁ ଅଧିକ ସୁଦୃଢ଼ କରିବା ସହ ଅତ୍ୟାଧୁନିକ ICU କୁ କାର୍ୟ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.