ETV Bharat / city

ହାତୀ କଙ୍କାଳ ଉଦ୍ଧାର ଘଟଣା, ଫରେନସିକ ଟେଷ୍ଟ ଲାଗି OUAT ଆସିଲା ନମୁନା

ଆଠଗଡରେ ହାତୀ କଙ୍କାଳ ଉଦ୍ଧାର ଘଟଣା । ଫରେନସିକ ଟେଷ୍ଟ ଲାଗି OUAT ଆସିଲା ୩ ହାତୀ କଙ୍କାଳର ନମୁନା । ଅଧିକ ପଢନ୍ତୁ

ଆଠଗଡରେ ହାତୀ କଙ୍କାଳ ଉଦ୍ଧାର ଘଟଣା, ଫରେନସିକ ଟେଷ୍ଟ ଲାଗି OUAT ଆସିଲା ନମୁନା

author img

By

Published : Jun 21, 2022, 2:10 PM IST

ଭୁବନେଶ୍ବର: ଆଠଗଡ଼ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣା । ଫରେନସିକ ଟେଷ୍ଟ ଲାଗି OUAT ୱାଇଲ୍ଡ ଲାଇଫ ସେଣ୍ଟରକୁ ଆସିଛି ୩ ହାତୀ କଙ୍କାଳର ନମୁନା । ନମୁନା ଭିତରେ କାହାର କେବଳ ହାଡ଼ ଆସିଛି ତ ଆଉ କାହାର ହାଡ଼ ସହ ପଚା ମାଂସ ଅଥବା ଚମଡା କି ବୋନମ୍ୟାରୋ ଆସିଥିବା ଜଣାପଡ଼ିଛି ।

ଆଠଗଡରେ ହାତୀ କଙ୍କାଳ ଉଦ୍ଧାର ଘଟଣା, ଫରେନସିକ ଟେଷ୍ଟ ଲାଗି OUAT ଆସିଲା ନମୁନା

ଏନେଇ OUATର ବନ୍ୟଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ସଂଯୋଜକ କହିଛନ୍ତି ଯେ, "OUATକୁ 3 ଟି ହାତୀର କଙ୍କାଳର କିଛି କିଛି ନମୁନା ଆସିଛି । ଏସବୁ ନମୁନାରୁ ହାତୀର ଲିଙ୍ଗ ନିରୂପଣ ସହ ମୃତ୍ୟୁର କାରଣ, କେବେ ମୃତ୍ୟୁ ହୋଇଛି ଏ ସମ୍ପର୍କରେ ଜାଣିବାକୁ ପରୀକ୍ଷା କରାଯିବ । ତେବେ ନମୁନାର ଅବସ୍ଥା ଉପରେ ସବୁକିଛି ନିର୍ଭର କରୁଛି । ନମୁନା ଆସିବା ପରେ ପରୀକ୍ଷଣ ଆରମ୍ଭ ହୋଇଛି । ରିପୋର୍ଟ ଆସିବାକୁ ପ୍ରାୟ ୨ ସପ୍ତାହ ଲାଗିବ । ରିପୋର୍ଟ ଆସିବା ମାତ୍ରେ ତୁରନ୍ତ ଏହାକୁ PCCFଙ୍କୁ ଅବଗତ କରାଯିବ ।"

ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ । ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ଦନ୍ତାହାତୀର କଙ୍କାଳ ମିଳିଛି । ଗତ ୨ ଓ ୩ ତାରିଖରେ ବଡ଼ମ୍ବା ବନାଞ୍ଚଳରୁ ୨ ଦନ୍ତାହାତୀଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ଅନ୍ୟପଟେ ଖାରୋଡ଼ ଗ୍ରାମ ନିକଟରେ ଚନ୍ଦ୍ରଗିରି ପାହାଡ଼ ଅଞ୍ଚଳରୁ ଆଉ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରାଯାଇଛି । ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୂର୍ବରୁ ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ଆଠଗଡ଼ ବନଖଣ୍ଡ ଭରପୂର ପ୍ରୟାସ କରିଥିବାବେଳେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.