ETV Bharat / city

ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନ ବିଜେଡି କରିବ ବଡ଼ ବୈଠକ, ପ୍ରତିକ୍ରିୟା ରଖିଲେ ସମୀର ମହାନ୍ତି

ସେପ୍ଟେମ୍ବର ୨୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହିଦିନ ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ଉପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

author img

By

Published : Sep 25, 2022, 9:03 PM IST

ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନ ବିଜେଡି କରିବ ବଡ଼ ବୈଠକ, ପ୍ରତିକ୍ରିୟା ରଖିଲେ ସମୀର ମହାନ୍ତି
ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନ ବିଜେଡି କରିବ ବଡ଼ ବୈଠକ, ପ୍ରତିକ୍ରିୟା ରଖିଲେ ସମୀର ମହାନ୍ତି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେପଟେ ସେହିଦିନ ବିଜେଡି ଦଳୀୟ କର୍ମୀଙ୍କୁ ନେଇ ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଛି । ଏହାକୁ ନାପସନ୍ଦ କରିଛି ବିଜେପି । ଏହା ବିଜେଡି ପାଇଁ ଆଗାମୀ ଦିନରେ ବୁମେରାଙ୍ଗ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ଦିନ ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ଉପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି, "ବିଜେଡି ଏକ ରାଜନୈତିକ ଦଳ । ତେଣୁ ଦଳୀୟ କାର୍ଯ୍ୟକ୍ରମ କରିବା ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ଜେପି ନଡ୍ଡା ଯେଉଁଦିନ ଓଡିଶା ଗସ୍ତରେ ଆସୁଛନ୍ତି, ସମାନ ଦିନରେ ବିଜେଡି ତାର ଛାମୁଆ ସଂଠନକୁ ନେଇ ଦଳୀୟ କାର୍ଯ୍ୟକ୍ରମ କରିବା ଅତ୍ୟନ୍ତ ନିନ୍ଦନୀୟ । ଜାଣିଶୁଣି ବିଜେଡି ଏଭଳି ରାଜନୈତିକ କାର୍ଯ୍ୟକ୍ରମ କରୁଛି । ଏହା ବିଜେଡି ପାଇଁ ଆଗାମୀ ଦିନରେ ବୁମେରାଂ ହେବ ।" ସୂଚନାଯୋଗ୍ୟ ଯେ ଆସନ୍ତା ୨୯ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା । ବିଜେପିର ଦୁଇଦିନ ଧରି ଚାଲିବାକୁ ଥିବା ମାରାଥନ ବୈଠକରେ ଯୋଗ ଦେବେ ଜେପି ନଡ୍ଡା ।

ଏହା ମଧ୍ୟ ପଢ଼ନ୍ତୁ...ଫୋକସ୍‌ ଓଡିଶା, ଆସନ୍ତା 29ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସେପ୍ଟେମ୍ବର 29 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପି ଫୋକସରେ ପଶ୍ଚିମବଙ୍ଗ ଓ ଓଡିଶା ରହିଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସରେ ଓଡିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପୂର୍ବରୁ ବିଜେପି ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରି ଫେରିଛନ୍ତି । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ମାଗଦର୍ଶନ କରିବା ପାଇଁ ନଡ୍ଡାଙ୍କ ଗସ୍ତର ମୁଖ୍ୟ ଲକ୍ଷ୍ୟ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.