ETV Bharat / city

ଶ୍ରୀରାମ ମନ୍ଦିର ନିର୍ମାଣରେ ଆର୍ଥିକ ସହାୟତା ପାଇଁ ସମୀର ମହାନ୍ତିଙ୍କ ନିବେଦନ - ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସହାୟତା

ରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଭବ୍ୟ ମନ୍ଦିର ନିର୍ମାଣରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି। ଅଧିକ ପଢ଼ନ୍ତୁ...

Sameer Mohanty's request for financial assistance in the construction of the Shriram Temple in ayodhya
ଶ୍ରୀରାମ ମନ୍ଦିର ନିର୍ମାଣରେ ଆର୍ଥିକ ସହାୟତା ପାଇଁ ସମୀର ମହାନ୍ତିଙ୍କ ନିବେଦନ
author img

By

Published : Jan 19, 2021, 8:19 PM IST

ଭୁବନେଶ୍ବର: ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ଯୋଗଦାନ ପାଇଁ ରାଜ୍ୟରେ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି କାର୍ଯ୍ୟ କରୁଛି। ଆଜି(ମଙ୍ଗଳବାର) ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏହି ନିଧି ସମର୍ପଣ ସମିତି ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି।

ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଦେଶରେ ବିଭିନ୍ନ ସଂସ୍ଥା ବା ସମିତି ଅଭିଯାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଆର୍ଥିକ ସହଯୋଗରେ ପ୍ରତିନିଧିତ୍ବ କରୁଛି। ରାଜ୍ୟରେ ୩୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିାଯାନରେ ସମସ୍ତେ ସହଭାଗୀ ହେବା ଦରକାର ବୋଲି ସମୀର ମହାନ୍ତି କହିଛନ୍ତି।

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିରେ ଯୋଗ ଦେଇ, ମନ୍ଦିର ନିର୍ମାଣ ନିମନ୍ତେ କିଛି ଅର୍ଥ ଦାନ କରିବାକୁ ଆହ୍ବାନ କରିଛନ୍ତି। ଆର୍ଥିକ ସହାୟତା ଯୋଗାଇ ପୂଣ୍ୟ କମାଇବାକୁ ସେ ନିବେଦନ କରିଛନ୍ତି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତର ରାଜ୍ୟ ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର, ଶାରଦା ଶତପଥୀ, ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଓ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.