ETV Bharat / city

ରାଜ୍ୟ ବିଜେପି ମୁଖିଆ ହେଲେ ସମୀର ମହାନ୍ତି - ରାଜ୍ୟ ବିଜେପି

ରାଜ୍ୟ ବିଜେପି ମଙ୍ଗ ଧରିଲେ ସମୀର ମହାନ୍ତି । ସହମତି ଭିତିରେ ଦଳୀୟ ନିର୍ବାଚନ ହୋଇଥିଲା ବେଳେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର । ମୁଖପାତ୍ର ପରେ ଉପସଭାପତି ରୂପେ ଦାୟିତ୍ବ ନିର୍ବାହ ଏବେ ରାଜ୍ୟ ବିଜେପିର ମୁଖିଆ ଆସନରେ ସେ ଅବତୀର୍ଣ୍ଣ ହୋଇଛନ୍ତି ।

sameer-mohanty-elected-to-state-bjp-president

author img

By

Published : Jan 16, 2020, 4:44 PM IST

ଭୁବନେଶ୍ବର: ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି । ଏକମାତ୍ର ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦରେ ସେ ନିର୍ବାଚିତ ହୋଇଛନ୍ତି । ସେପଟେ ସହମତିରେ ନିର୍ବାଚନ ହେବାକୁ ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଥିଲା ବେଳେ ସମୀରଙ୍କ ନାମରେ ସହମତି ପ୍ରକାଶ କରିଛି ରାଜ୍ୟ ବିଜେପି ।

ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ରାଜନୀତି ଆରମ୍ଭ କରିଥିଲେ । ପରେ ବିଜେପିରେ ଯୋଗଦାନ କରିବା ସହ 2009 ମସିହାରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଲଢି ପରାଜୟ ହୋଇଥିଲେ । ସେହିପରି ୨୦୧୬ ରୁ ରାଜ୍ୟ ବିଜେପିର ଉପସଭାପତି ଭାବରେ ରହି ଆସିଛନ୍ତି ସମୀର ମହାନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ସମୀର ମହାନ୍ତିଙ୍କ ନାମରେ ମୋହର ମାରିଥିଲେ କେନ୍ଦ୍ରୀୟ ନେତା । ବୈଠକରେ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତ ରହିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତୃତ୍ବ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସମୀର ମହାନ୍ତିଙ୍କ ନାମରେ କେନ୍ଦ୍ରୀୟ ନେତାଙ୍କ ମୋହୋର

ସମୀର ମହାନ୍ତି ହୋଇପାରନ୍ତି ରାଜ୍ୟ ବିଜେପି ସଭାପତି ।ସମୀରଙ୍କ ନାମରେ ରାଜ୍ୟ ବିଜେପିର ସହମତି ସୂଚନା । ୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଅଛନ୍ତି
Body:ସମୀର . ସହମତି ଭିତ୍ତିରେ ସମୀର ହୋଇପାରନ୍ତି ରାଜ୍ୟ ସଭାପତି । ଏକ ବୈଠକରେ ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି। ବୈଠକ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତିରେ କରାଯାଇଛି ବୋଲି ସୂଚନା ମିଳିଛି
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.