ETV Bharat / city

ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ - mission shakti program, bbsr

ରାଜଧାନୀରେ ଚାଲିଛି ପ୍ରଥମ ମିଶନ ଶକ୍ତି ମେଳା । ଏହି ମେଳାରେ ସାରା ରାଜ୍ୟରୁ 200 ଏସଏସଜି ଗ୍ରୁପ ଭାଗ ନେଇଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ସମ୍ବଲପୁରୀ ବସ୍ତ୍ର ଏବଂ ମାଣ୍ଡିଆ ବିରିୟାନୀ ।

mission shakti program, bbsr
ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ
author img

By

Published : Dec 11, 2019, 8:57 AM IST

ଭୁବନେଶ୍ବର: ରାଜ୍ୟରେ ଚାଲିଛି ରାଜ୍ୟର ପ୍ରଥମ ମିଶନ ଶକ୍ତି ମେଳା । ଏହି ମେଳାରେ ସାରା ରାଜ୍ୟରୁ 200 ଏସଏସଜି ଗ୍ରୁପ ଭାଗ ନେଇଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ସମ୍ବଲପୁରୀ ବସ୍ତ୍ର ଏବଂ ମାଣ୍ଡିଆ ବିରିୟାନୀ । ଏହି ମେଳାରେ ସୁଲଭ ମୂଲ୍ୟରେ ସମ୍ପୂର୍ଣ୍ଣ ହାତ ତିଆରି ବା ହାତ ବୁଣା ସମ୍ବଲପୁରୀ ଶାଢ଼ୀ ନେବା ପାଇଁ ଲୋକଙ୍କ ବେଶ ଭିଡ଼ ଜମୁଛି । ସେପଟେ ଶୀତୁଆ ରାତି ସହ ଗରମ ଗରମ ପିଠା, ତାହା ପୁଣି ବିରି କି ଚାଉଳର ପିଠା ନୁହେଁ ମାଣ୍ଡିଆରେ ତିଆରି ପିଠା ଖାଇବାକୁ ମେଳାରେ ଲାଗିଛି ଭିଡ଼ ।

ମିଶନଶକ୍ତି ମେଳା: ମନ କିଣୁଛି ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ମାଣ୍ଡିଆ ବିରିୟାନୀ

ଅନ୍ୟପଟେ ବେପାରୀ ମଧ୍ୟ ବେଶ ଦୁଇ ପଇସା ପାଇ ଲାଭବାନ ହୋଇ ପାରୁଥିବାରୁ ଖୁସି ପ୍ରକାଶ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ, ମିଶନଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡିଆରେ ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।

ରାଜ୍ୟରେ ପ୍ରଥମ ଥର କରି ହୋଇଥିବା ମିଶନ ଶକ୍ତି ମେଳାରେ ଏଭଳି କିଛି ଖାଦ୍ୟର ପସରା ଜମିଛି । ଆମେ ସଭିଏଁ ବିରି ପିଠା ଓ ମଟନ, ଚିକେନର ବିରିୟାନୀ ଖାଇ ଥାଉ ହେଲେ ଏଠାରେ ମାଣ୍ଡିଆରେ ତିଆରି ବିରିୟାନୀ, ପିଠା ମିଳୁଛି । ମିଲେଟ ମିଶନର ସହଭାଗିତାରେ ଭୁବନେଶ୍ବର ବରମୁଣ୍ଡାସ୍ଥିତ ଏକ ଏସଏସଜି ଗ୍ରୁପ ଏହି ମାଣ୍ଡିଆରେ ଖାଦ୍ୟ ତିଆରି କରି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପଟେ ମାଣ୍ଡିଆ ପେଟକୁ ଥଣ୍ଡା ରଖୁଥିବାରୁ ଏହାର ଚାହିଦା ଅଧିକ ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମାଣ୍ଡିଆ ବିରିୟାନୀ ଠାରୁ ମାଣ୍ଡିଆ ର ଇଟିଲି ପିଠା ସବୁ କରୁଛି ରାଜଧାନୀ ର ଖାଦ୍ୟ ପ୍ରେମୀ ଙ୍କୁ ମତୁଆଲା।

ଶୀତୁଆ ରାତି ସହ ଗରମ ଗରମ ପିଠା , ତାହା ପୁଣି ବିରି କି ଚାଉଳ ର ପିଠା ନୁହେଁ ମାଣ୍ଡିଆ ରେ ତିଆରି ପିଠା। ଯାହାକୁ ଖାଇବା ପାଇଁ ରାଜଧାନୀ ଭୁବନେଶ୍ୱର ରେ ଲାଗିଛି ଭିଡ଼। କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ରାଜ୍ୟ ରେ ପ୍ରଥମ ଥର କରି ହୋଇ ଥିବା ମିଶନ ଶକ୍ତି ମେଳା ରେ ଏଭଳି କିଛି ଖାଦ୍ୟ ର ପସରା ଜମିଛି। ଆମେ ସଭିଏଁ ବିରି ପିଠା ଓ ମଟନ ,ଚିକେନ୍ ର ବିରିୟାନି ଖାଇ ଥାଉ ହେଲେ ଏଠାରେ ମାଣ୍ଡିଆ ର ତିଆରି ବିରିୟାନି,ପିଠା ମିଳୁଛି। ମିଲେଟ ମିଶନ ର ସହଭାଗିତାରେ ରେ ଭୁବନେଶ୍ୱର ର ବାରମୁଣ୍ଡା ସ୍ତିତ ଏକ ଏସ ଏସ ଜି ଗ୍ରୁପ ଏହି ମାଣ୍ଡିଆ ତିଆରି ଜିନିଷ ତିଆରି କରି ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏ ପଟେ ମାଣ୍ଡିଆ ପେଟ କୁ ଥଣ୍ଡା ରଖୁଥିବାର ଏହାର ଚାହିଦା ଅଧିକ ରହିଛି।

ବାଇଟ ସବନମ, ବିକ୍ରେତା

Body:ମାଣ୍ଡିଆ ବିରିୟାନୀ ଠାରୁ ମାଣ୍ଡିଆ ର ଇଟିଲି ପିଠା ସବୁ କରୁଛି ରାଜଧାନୀ ର ଖାଦ୍ୟ ପ୍ରେମୀ ଙ୍କୁ ମତୁଆଲା।

ଶୀତୁଆ ରାତି ସହ ଗରମ ଗରମ ପିଠା , ତାହା ପୁଣି ବିରି କି ଚାଉଳ ର ପିଠା ନୁହେଁ ମାଣ୍ଡିଆ ରେ ତିଆରି ପିଠା। ଯାହାକୁ ଖାଇବା ପାଇଁ ରାଜଧାନୀ ଭୁବନେଶ୍ୱର ରେ ଲାଗିଛି ଭିଡ଼। କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ରାଜ୍ୟ ରେ ପ୍ରଥମ ଥର କରି ହୋଇ ଥିବା ମିଶନ ଶକ୍ତି ମେଳା ରେ ଏଭଳି କିଛି ଖାଦ୍ୟ ର ପସରା ଜମିଛି। ଆମେ ସଭିଏଁ ବିରି ପିଠା ଓ ମଟନ ,ଚିକେନ୍ ର ବିରିୟାନି ଖାଇ ଥାଉ ହେଲେ ଏଠାରେ ମାଣ୍ଡିଆ ର ତିଆରି ବିରିୟାନି,ପିଠା ମିଳୁଛି। ମିଲେଟ ମିଶନ ର ସହଭାଗିତାରେ ରେ ଭୁବନେଶ୍ୱର ର ବାରମୁଣ୍ଡା ସ୍ତିତ ଏକ ଏସ ଏସ ଜି ଗ୍ରୁପ ଏହି ମାଣ୍ଡିଆ ତିଆରି ଜିନିଷ ତିଆରି କରି ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏ ପଟେ ମାଣ୍ଡିଆ ପେଟ କୁ ଥଣ୍ଡା ରଖୁଥିବାର ଏହାର ଚାହିଦା ଅଧିକ ରହିଛି।

ବାଇଟ ସବନମ, ବିକ୍ରେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.