ଭୁବନେଶ୍ବର: ଓଡ଼ିଶାର ଅନନ୍ୟ ଲୋକନୃତ୍ୟ ସମ୍ବଲପୁରୀ ଓ ଘୁଡୁକି ନୃତ୍ୟର ତାଳେ ତାଳେ ମୁଖରିତ ହୋଇଉଠିଥିଲା ରାଜଧାନୀର ରବିନ୍ଦ୍ରମଣ୍ଡପ । ଯାହାକି ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥିବାବେଳେ ଶୀତୁଆ ସନ୍ଧ୍ୟାକୁ ବେଶ ଉଷ୍ମ କରି ତୋଳିଥିଲା ।
ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମାସର ଗୋଟିଏ ଦିନ ଆମ ଲୋକକଳା ଓ ଲୋକ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସ୍ଥାନୀୟ ରବୀନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ହେଉଛି ।
ଏହି କ୍ରମରେ ମଙ୍ଗଳବାର ପଶ୍ଚିମ ଓଡିଶାର ଲୋକନୃତ୍ୟ ସମ୍ବଲପୁରୀ ଓ ଅନ୍ୟତମ ଲୋକକଳା ଘୁଡୁକି ନୃତ୍ୟ କଳାକାରମାନଙ୍କ ଦ୍ବାରା ପରିବେଷିତ ହୋଇଥିଲା । ଯାହାକି ବେଶ ଚିତାକର୍ଷକ ହେବା ସହିତ ଲୋକଙ୍କ ଭିତରେ ବେଶ ଆଦୃତ ହୋଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ