ETV Bharat / city

ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଉଛି ସମ୍ବଲପୁର ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Nov 6, 2020, 9:14 PM IST

ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଉଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଏହି ସେବା ଦ୍ବାରା ଜିଲ୍ଲାରେ ପ୍ରାୟ 42 ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ଅଧିକ ପଢ଼ନ୍ତୁ...

ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଉଛି ସମ୍ବଲପୁର ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଉଛି ସମ୍ବଲପୁର ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ହାତ ଓ ଗୋଡ଼ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଉଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସମ୍ବଲପୁର ଜିଲ୍ଲାରେ ବାସ କୁରଥିବା ଦିବ୍ୟାଙ୍ଗଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି।

ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ସେବା ଦ୍ବାରା ଜିଲ୍ଲାରେ ପ୍ରାୟ 42 ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଅନ୍ୟାନ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଫଳରେ ଏହି ଦିବ୍ୟାଙ୍ଗମାନେ ନିଜେ ସ୍ବାବଲମ୍ବୀ ହୋଇପାରିଥିବା ଦେଖା ଦେଇଛି। ସମ୍ବଲପୁର ଦିବ୍ୟାଙ୍ଗ ପୁନଃର୍ବାସ ପାଇଁ ଆଞ୍ଚଳିକ କେନ୍ଦ୍ର(Regional Centre for Disability Rehabilitation) ରେ ଏହି ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଦୁର୍ଘଟଣାରେ କିମ୍ବା ଅନ୍ୟ କୌଣସି କାରଣରୁ ଅଙ୍ଗ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା 42 ଜଣ ଦିବ୍ୟାଙ୍ଗ ଏହାର ଲାଭ ପାଇ ସାରିଛନ୍ତି। ଏହା ରାଜ୍ୟ ପାଇଁ ଗୌରବର ବିଷୟ।

ସମ୍ବଲପୁର ଦିବ୍ୟାଙ୍ଗ ପୁନଃର୍ବାସ ପାଇଁ ଆଞ୍ଚଳିକ କେନ୍ଦ୍ରରୁ ସହାୟତା ପାଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସୌଭାଗ୍ୟ ପ୍ରଧାନ ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଗୋଟିଏ ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇ ହସିଥିଲେ। ଏହାପରେ ତାଙ୍କ ଯତ୍ନ ନେବା ପରିବାର ପାଇଁ ବୋଝ ସଦୃଶ ହୋଇଯାଇିଥିଲା। କୃତ୍ରିମ ଗୋଡ଼ ପାଇବାପରେ ସେ ଗାଡ଼ି ଚଳାଇବା ଶିଖିଥିଲେ। ଏହାପରେ ସେ ନିଜେ ସ୍ବାବଲମ୍ବୀ ହେବା ସହ ପରିବାରର ଦାୟିତ୍ବ ନେଇଛନ୍ତି।

ସେହିଭଳି ବାଇଜାମୁଣ୍ଡା ଗାଁର ଚୈତନ୍ୟ କୁମ୍ବାର ମଧ୍ୟ ଗୋଟିଏ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ହରାଇ ବସିଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ସହ ଗୋଟିଏ ଇ-ରିକ୍ସା ଯୋଗାଇ ଦେଇଥିଲେ ଫଳରେ ସେ ମଧ୍ୟ ସ୍ବାବଲମ୍ବୀ ହୋଇ ପାରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.