ETV Bharat / city

ନିଜସ୍ବ ଖର୍ଚ୍ଚରେ ଆଉ 6 ମାସ ମାଗଣା ରାସନ ଦେଉ ରାଜ୍ୟ: ସମାଜବାଦୀ ପାର୍ଟୀ

author img

By

Published : Nov 8, 2021, 8:55 AM IST

ଆସନ୍ତା ନଭେମ୍ବର ୩୦ରୁ ବନ୍ଦ ହେବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ମାସକୁ ୫ କେ.ଜି ଚାଉଳ ଓ ଗୋଟିଏ କେ.ଜି ଡାଲି ଯୋଜନା । ନିଜସ୍ଵ ଖର୍ଚ୍ଚରେ ରାଜ୍ୟ ସରକାର ଆଉ ୬ ମାସ ମାଗଣା ରାସନ ଦେବାକୁ ସମାଜବାଦୀ ପାର୍ଟିର ଦାବି । ଅଧିକ ପଢନ୍ତୁ...

ନିଜସ୍ଵ ଖର୍ଚ୍ଚରେ ରାଜ୍ୟ ସରକାର ଆଉ ୬ ମାସ ମାଗଣା ରାସନ ଦେବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ରୁ ବନ୍ଦ ହେବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦିଆଯାଉଥିବା ମାସକୁ ୫ କେ.ଜି ଚାଉଳ ଓ ଗୋଟିଏ କେ.ଜି ଡାଲି ଯୋଜନା । ଏନେଇ ଦେଶର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି । ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ନିମିତ୍ତ ଆଉ ୬ ମାସ ପାଇଁ ଏହି ଖାଦ୍ୟ ସୁରକ୍ଷା ଯୋଜନାକୁ ବଢାଇବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି ।

ଆନ୍ତର୍ଜାତିକ ସ୍ତରରେ କ୍ଷୁଧା ସୂଚକାଙ୍କରେ ଭାରତର କ୍ରମିକ ସୂଚୀ ୧୧୬ଟି ଦେଶ ମଧ୍ୟରୁ ୧୦୧ରେ ରହିଛି । ସେତିକି ବେଳେ ଏହି ଯୋଜନା ବନ୍ଦ କରିଦେଲେ ଦେଶରେ କୋଟି କୋଟି ଲୋକ ଭୋକରେ ଉପାସ ବଞ୍ଚିବା ପାଇଁ ବାଧ୍ୟ ହେବେ । ତେଣୁ ସେହି ଗରିବ ଲୋକଙ୍କ କଲ୍ୟାଣ ନିମିତ୍ତ ଏବଂ ସେମାନଙ୍କୁ କ୍ଷୁଧାରୁ ରକ୍ଷା କରିବା ପାଇଁ ଭାରତ ସରକାର ଅନ୍ତତଃପକ୍ଷେ ଆଉ ୬ ମାସ ପାଇଁ ଏହି ଖାଦ୍ୟ ସୁରକ୍ଷା ଯୋଜନାକୁ ବଢାଇବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି ।

ଯଦି ଭାରତ ସରକାର ଏହି ଯୋଜନାକୁ ନଭେମ୍ବର ୩୦ ପରେ କାର୍ଯ୍ୟକାରୀ ନକରନ୍ତି । ତାହେଲେ ଓଡ଼ିଶା ସରକାର ଆମ ରାଜ୍ୟର ଗରିବ ଲୋକଙ୍କ ପାଇଁ ଡିସେମ୍ବର ୧ ତାରିଖରୁ ଅନ୍ତତଃ ଆଗାମୀ ୬ ମାସ ପାଇଁ ସ୍ଵତନ୍ତ୍ର ନିଜସ୍ଵ ଖର୍ଚ୍ଚରେ ଖାଦ୍ୟ ସୁରକ୍ଷା ଯୋଜନାକୁ ଚଳାଇ ରଖିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଏ ସଂକ୍ରାନ୍ତରେ ଏକ ଚିଠି ଲେଖି ବେହେରା ଦାବି କରିଛନ୍ତି ।

କରୋନା ସଂକ୍ରମଣ ପରେ ଆମ ଅର୍ଥନୀତି ଗତିଶୀଳ ହେବା ଆରମ୍ଭ କରିଛି । ତଥାପି ରୋଜଗାର ହରାଇଥିବା ବହୁ ଲୋକ ଏପର୍ଯ୍ୟନ୍ତ ନିଜର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରି ନାହାନ୍ତି । ଏହି ଯୋଜନାଟି ଯଦି ବନ୍ଦ ହୋଇଯାଏ, ତା’ହେଲେ ସେମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡ଼ିବ । ତେଣୁ, ସେମାନଙ୍କର ଖାଦ୍ୟ ସୁରକ୍ଷା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ନିଜସ୍ଵ ଖର୍ଚ୍ଚରେ ଏକ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିବାକୁ ବେହେରା ଏହି ଚିଠିରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.