ETV Bharat / city

ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନି: ସ୍ଵାସ୍ଥ୍ୟମନ୍ତ୍ରୀ - ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ

କୋରୋନା ସମୟରେ ବୃଦ୍ଧି ପାଇଛି ନକଲି ମେଡିସିନ କାରବାର । ଏପରି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ନକଲି ଔଷଧ ବିକ୍ରି ବରଦାସ୍ତ କରାଯିବନି: ସ୍ଵାସ୍ଥ୍ୟ ମନ୍ତ୍ରୀ

author img

By

Published : Jun 13, 2021, 1:00 PM IST

ଭୁବନେଶ୍ବର: ନକଲି ଔଷଧ କରବାର ବରଦାସ୍ତ କରାଯିବ ନାହିଁ । ଏପରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଡ୍ରଗସ୍ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି ।

ନକଲି ଔଷଧ ବିକ୍ରି ବରଦାସ୍ତ କରାଯିବନି: ସ୍ଵାସ୍ଥ୍ୟ ମନ୍ତ୍ରୀ

ଶିବ ପ୍ରସାଦ ଜେନାଙ୍କ ଦୋକାନରେ ଚଢାଉ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଚଢାଉରେ ନକଲି ଥଣ୍ଡା, ଜ୍ବର ଏବଂ ଫାବିପିରାଭିର୍ ମେଡିସିନ ଜବତ କରାଯାଇଛି । ଏହାକୁ କୋଲକତାକୁ ଯାଞ୍ଚ ପାଇଁ ପଠାଯାଇଛି । ପୋଲିସ ଓ ସ୍ଵାସ୍ଥ୍ୟ ବିଭାଗ ଏନେଇ ଯାଞ୍ଚ ପ୍ରକ୍ରିୟା ଜାରିରଖିଛି । ଯିଏ ବି ଦୋଷୀ ସାବ୍ୟସ୍ଥ ହେବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବ ଦାସ କହିଛନ୍ତି ।

ଏହାସହ କୋଭିଡ ତୃତୀୟ ଲହର ପାଇଁ ପ୍ରସ୍ତୁତି ଜାରିରହିଛି । ଶିଶୁମାନଙ୍କ ଉପରେ ସ୍ଵତନ୍ତ୍ର ଫୋକସ କରାଯାଇଛି । ଆଇସିୟୁ ଓ ଅନ୍ୟ ମେଡ଼ିକାଲ ସରଞ୍ଜାମ ମଧ୍ୟ ମହଜୁଦ୍ ରଖାଯାଇଛି । ସରକାର ପ୍ରସ୍ତୁତ ରହିଛନ୍ତି ଲୋକମାନେ କୋଭିଡ ନିୟମ ମାନିଲେ ତୃତୀୟ ଲହରରୁ ଆମେ ସୁରକ୍ଷିତ ରହିପାରିବା ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.