ETV Bharat / city

Odisha Assembly: ଚଳିତବର୍ଷ ଶେଷ ହେବ ୩୪୯୪.୬୨ କିଲୋମିଟରର ଗ୍ରାମାଞ୍ଚଳ ରାସ୍ତା

ବିଧାନସଭା ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଓ ବ୍ରିଜ ନିର୍ମାଣକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ବିଭିନ୍ନ ଅଞ୍ଚଳରେ ଗ୍ରାମାଞ୍ଚଳ ରାସ୍ତା କାମ ସରିନଥିବା ନେଇ ପ୍ରଶ୍ନ ଉଠାଇଥିଲେ ବିଧାୟକ । ଅଧିକ ପଢନ୍ତୁ

author img

By

Published : Jul 26, 2022, 1:57 PM IST

ଚଳିତବର୍ଷ ଶେଷ ହେବ ୩୪୯୪.୬୨ କିଲୋମିଟରର ଗ୍ରାମାଞ୍ଚଳ ରାସ୍ତା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଓ ବ୍ରିଜ ନିର୍ମାଣକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ବିଭିନ୍ନ ଅଞ୍ଚଳରେ ଗ୍ରାମାଞ୍ଚଳ ରାସ୍ତା କାମ ସରିନଥିବା ନେଇ ପ୍ରଶ୍ନ ଉଠାଇଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୭୬୩.୭୫ କିଲୋମିଟର ରାସ୍ତା ହାତକୁ ନିଆଯାଇଛି । ଗତ ୩ ବର୍ଷରେ ସମୁଦାୟ ୯ ହଜାର ୪୧୩ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ଅନୁମୋଦନ ହୋଇଛି । ୧୪୦୮ଟି ରାସ୍ତା ଓ ୯୨ଟି ବ୍ରିଜ ପାଇଁ ମଞ୍ଜୁର କରାଯାଇଛି। ଚଳିତବର୍ଷ ୩୪୯୪.୬୨ କିଲୋମିଟରର ଗ୍ରାମାଞ୍ଚଳ ରାସ୍ତା ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ।

ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, "୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୩୪୯୪.୬୨ କିଲୋମିଟର ୬୩୫ଟି ରାସ୍ତା ସମ୍ପୂର୍ଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହାକି ବିଗତ କିଛି ବର୍ଷ ଧରି ଚାଲୁ ରହିଛି । ସେହିପରି ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୮୨୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଏଥିପାଇଁ ୧୩୮୩.୩୩ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ୧୭ ହଜାର ୮୭୩ ଟି ରାସ୍ତା, ୭୪ ହଜାର ୨୦୨ କିଲୋମିଟର ଓ ୬୪୭ ବ୍ରିଜ ଅନୁମୋଦନ ହୋଇଛି । ଏଥିପାଇଁ ୩୩ ହଜାର ୪୬୩ କୋଟି ବ୍ୟୟବରାଦ ଅନୁମୋଦନ ହୋଇଛି ।

ସେ ଆହୁରି କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଶେଷ ହୋଇଛି ୧୬ ହଜାର ୪୯୨ ରୋଡ୍‌, ୬୪ ହଜାର ୮୯୩ କିଲୋମିଟର ରାସ୍ତା, ୫୨୨ ବ୍ରିଜ ଶେଷ ହୋଇଛି । ୧୩୮୧ ରାସ୍ତା ଯାହାର ପରିମାଣ ୯୩୦୯ କିଲୋମିଟର ଓ ୧୨୫ ବ୍ରିଜ ଚାଲିଛି । କେନ୍ଦ୍ର-ରାଜ୍ୟ ୬୦-୪୦ ପ୍ରତିଶତ ଅନୁପାତରେ ରାସ୍ତା କାର୍ଯ୍ୟ ଚାଲିଛି । ଭଲ ରାସ୍ତା ନିର୍ମାଣ ହେବା ସହ ସମୟ ସୀମା ମଧ୍ୟରେ ଶେଷ କରିବା ନେଇ ପ୍ରୟାସ କରାଯାଉଛି । ସର୍କଲ ଓ ଡିଭିଜନ ସ୍ତରରେ ବୈଠକ କରାଯାଉଛି ।"

"ଗ୍ରାମ୍ୟ ଉନ୍ନୟନ ବିଭାଗ ରିଭ୍ୟୁ କରୁଛି । ଜମି ବିବାଦ, ଜଙ୍ଗଲ ଜମି ବିବାଦ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଉଛି । ନିର୍ମାଣରେ ବିଳମ୍ବ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯାଉଛି । ଏହା ସହ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଯେଉଁଠି ସମସ୍ୟା ଅଛି ବିଧାୟକମାନେ ଅବଗତ କଲେ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ।"

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.