ETV Bharat / city

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳ ହୋଇଛି ଓଡିଶା: ପ୍ରତାପ ଜେନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ବର୍ଷ ୨୦୧୬-୧୭ରୁ ମୋଟ ୧୮ ହଜାର ୮୩୭ କୋଟି ପ୍ରାପ୍ତ ହୋଇଥିବା ବେଳେ ୧୭୩ ଶହ ୧୫ କୋଟି ଖର୍ଛ ହୋଇଛି ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳ ହୋଇଛି: ପ୍ରତାପ ଜେନା

author img

By

Published : Aug 25, 2020, 8:54 PM IST

ଭୁବନେଶ୍ବର: ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳତା ହାସଲ କରିଛି ଓଡିଶା । ଆର୍ଥିକ ବର୍ଷ ୧୪-୧୫ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଗୃହ ନିର୍ମାଣ ଶେଷ ହୋଇଛି ବୋଲି କହିଛନ୍ତି ପଞ୍ଚାୟତରାଜ୍‌ ମନ୍ତ୍ରୀ ପ୍ରତାପ ଜେନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ବର୍ଷ ୨୦୧୬-୧୭ରୁ ମୋଟ ୧୮ ହଜାର ୮୩୭ କୋଟି ପ୍ରାପ୍ତ ହୋଇଥିବା ବେଳେ ୧୭୩ ଶହ ୧୫ କୋଟି ଖର୍ଛ ହୋଇଛି ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳ ହୋଇଛି: ପ୍ରତାପ ଜେନା

ଶୀଘ୍ର ଗୃହ ନିର୍ମାଣ ଶେଷ କରିବା ପାଇଁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ୪ ମାସରେ ଘର ନିର୍ମାଣ ଶେଷ କରିଥିବା ବ୍ୟକ୍ତି ମାନଙ୍କୁ ୨୦ ହଜାର, ୬ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦିଆଯିବ । ଅଦ୍ୟାବଧି ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟଙ୍କା ୮୨୮ କୋଟି ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ କୋରୋନା ମହାମାରୀ ସମୟରେ ମଧ୍ୟ ମୋଟ ୧ ଲକ୍ଷ ୧୪ ହଜାର ୯୪୪ ପକ୍କା ଗୃହ ନିର୍ମାଣ କରାଯାଇଛି ।

ତେେବ ଗତ ବର୍ଷ ତୁଳନାରେ ଅଧିକ ଗୃହ ନିର୍ମାଣ ହୋଇଛି । ହିତାଧିକାରୀଙ୍କୁ ମନେରଗା ଯୋଜନାରେ ୧ କୋଟି ୨ ଲକ୍ଷ ମଜୁରୀ ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଛି । ଭୂମିହୀନ ପରିବାରଙ୍କୁ ଘରବାଡି ଜାଗା ସହ ଗୃହ ମଞ୍ଜୁରୀ ଦେଉଛନ୍ତି ସରକାର । ୫୬ ହଜାର ୮୯୧ ଚିହ୍ନଟ ଭୂମିହୀନ ପରିବାର ମଧ୍ୟରେ ୮ ହଜାର ୬୭ ଜଣଙ୍କୁ ଜାଗା ଓ ଗୃହ ଦିଆଯାଇଛି । ଅବଶିଷ୍ଟଙ୍କୁ ଜାଗା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.