ଭୁବନେଶ୍ବର: ବିଧାସନଭାର ସର୍ବଦଳୀୟ ବୈଠକ ବର୍ଜନ (bjp boycott all party meeting) କରିଛି ବିଜେପି । ଏହାକୁ ନେଇ ବିଜେଡି ନେତ୍ରୀ ତଥା ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ (Ruling party chief whip pramila mallick) ବିଜେପିକୁ ଟାର୍ଗେଟ କରିଛନ୍ତ । ବିଜେପିର ସର୍ବଦଳୀୟ ବୈଠକ ବର୍ଜନକୁ ନେଇ ପ୍ରତିକ୍ରିୟା ରଖିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଚର୍ଚ୍ଚାରେ ରହିବା ପାଇଁ ବିଜେପି ସର୍ବଦଳୀୟ ବୈଠକ ବର୍ଜନ କରିଛି ବୋଲି କହିଛନ୍ତି ।
ବିଧାନସଭାର ଶୀତକାଳିନ ଅଧିବେଶନର (Assembly Winter Session) ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକକୁ ବର୍ଜନ କରିଛି ମୁଖ୍ୟ ବିରୋଧୀଦଳ ବିଜେପି । ସର୍ବଦଳୀୟ ବୈଠକକୁ ବିଜେପିର ବୟକଟ ପ୍ରସଙ୍ଗ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ନିୟମ ଅନୁଯାୟୀ ସର୍ବଦଳୀୟ ବୈଠକ ବସିଛି । ବିଜେପିର ଲେଜିସଲେଟିଭ ପାର୍ଟି ଯାହା ନାଁ ଲେଖି କି ଦେବ ତାକୁ ବିଚାର କରାଯିବ । ରାଜ୍ୟ ସଭାପତି ଲେଖିଲେ କଣ ହେବ ବୋଲି କହିଛନ୍ତି । ବିଜେପି କେବଳ ଚର୍ଚ୍ଚାରେ ରହିବା ପାଇଁ ସର୍ବଦଳୀୟ ବୈଠକ ବର୍ଜନ କରିଛି ବୋଲି କହିଛନ୍ତି ।
ସୂଚନାଥାଉକି ଦୀର୍ଘ ଦିନ ହେଲା ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ରହିଛନ୍ତି । ସେ ବିଧାନସଭାର କାର୍ଯ୍ୟକ୍ରମରେ ଭାଗ ନେଇପାରୁନାହାଁନ୍ତି । ଫଳରେ ବିରୋଧୀଦଳ ନେତାଙ୍କ ଅନୁପସ୍ଥତିରେ ବାଚସ୍ପତି ବିରୋଧୀଦଳର ଅନ୍ୟ ନେତାଙ୍କୁ କାର୍ଯ୍ୟଭାର ଦିଆଯାଉ ବୋଲି ଦାବି କରିଥିଲା ବିଜେପି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ