ETV Bharat / city

ମହାପ୍ରଭୁଙ୍କ ୟେସ ବ୍ୟାଙ୍କରେ ଟଙ୍କା ରଖିବା ପ୍ରସଙ୍ଗ; ବିରୋଧୀ ଶାସକ ମୁହାଁମୁହିଁ - ବିଧାନସଭା

ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହାପ୍ରଭୁଙ୍କ ୟେସ ବ୍ୟାଙ୍କରେ ଟଙ୍କା ରଖିବା ପ୍ରସଙ୍ଗ

author img

By

Published : Mar 11, 2020, 4:38 PM IST

ଭୁବନେଶ୍ବର: ବୁଧବାର ଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମ ଦିନରୁ ହିଁ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋରଦାର ଆକ୍ରମଣ କରିଛନ୍ତି ବିରୋଧୀ ।

ମହାପ୍ରଭୁଙ୍କ ୟେସ ବ୍ୟାଙ୍କରେ ଟଙ୍କା ରଖିବା ପ୍ରସଙ୍ଗ; ବିରୋଧୀ ଶାସକ ମୁହାଁମୁହିଁ

ବାଚସ୍ପତି ଗୃହ ମୁଲତବୀ କରିବା ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ ଜୋରଦାର ଆକ୍ରମଣ କରିଛନ୍ତି । ସେହିପରି କଂଗ୍ରେସ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କଡା ପ୍ରହାର କରି ବଡ ଦୂର୍ନିତୀର ଗନ୍ଧ ବାହାର କରିଛନ୍ତି । ଆହୁରି କଂଗ୍ରେସ କହିଛି ୟେସ ବ୍ୟାଙ୍କରେ ଟଙ୍କା ରଖିବାରେ କେଉଁ ଅଧିକାରୀ ସଂପୃକ୍ତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

ଅନ୍ୟପଟେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିରୋଧୀ ଆଲୋଚନାକୁ ଆସନ୍ତୁ । ଗୃହରେ ହଟ୍ଟଗୋଳ କରିବା ଅପେକ୍ଷା ଆଲୋଚନା କରନ୍ତୁ । ଆଲୋଚନା କଲେ ସମସ୍ୟାର ସମାଧାନ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.