ETV Bharat / city

୨ ବର୍ଷ ପରେ ଆଜି ରାତି ୧୨ ଟାରେ ନିଲାମ ହେବ ମରିଚି କୁଣ୍ଡ ପାଣି

୨ ବର୍ଷର କୋରୋନା କଟକଣା ପରେ ପୁଣି ନିଲାମ ହେବ ମରିଚି କୁଣ୍ଡ ପାଣି । ଆଜି ବା ନେତ୍ର ଉତ୍ସବ ଦିନ ନିଲାମ ହେବ ଏହି ପାଣି । ଅଧିକ ପଢନ୍ତୁ

author img

By

Published : Apr 8, 2022, 5:13 PM IST

ରାତି ୧୨ଟା ରେ ଆରମ୍ଭ ହେବ ମରିଚି କୁଣ୍ଡ ପାଣିର ନିଲାମୀ

ଭୁବନେଶ୍ବର: ଆଜି ପବିତ୍ର ନେତ୍ର ଉତ୍ସବ । ୨ ବର୍ଷର କୋରୋନା କଟକଣା ପରେ ପୁଣି ନିଲାମ ହେବ ମରିଚି କୁଣ୍ଡ ପାଣି । ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି କୁଣ୍ଡରେ ଏବର୍ଷ ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ । ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ପାଣି ନିଲାମ କରାଯିବାକୁ ଥିବାବେଳେ ୧୨ ଟାରେ ପୂଜାବିଧି ଆରମ୍ଭ ହେବ ।

୨ ବର୍ଷ ପରେ ନେତ୍ର ଉତ୍ସବର ନିଆରା ପରମ୍ପରା, ରାତି ୧୨ ରେ ନିଲାମ ହେବ ମରିଚି କୁଣ୍ଡ ପାଣି

ସନ୍ଧ୍ୟାରେ ରଥ ପ୍ରତିଷ୍ଠା ପାଇଁ ପାଣି ଆସିବା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆଉ ଏଥିପାଇଁ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆଲୋକୀକରଣ ସହ ମହିଳାଙ୍କ ଗାଧୋଇବା ପାଇଁ ଅସ୍ତାୟୀ ଶୌଚାଳୟର ବ୍ୟବସ୍ଥା ହୋଇଛି । ବିଶ୍ବାସ ରହିଛି ଏହି ପାଣିରେ ଗାଧୋଇଲେ ନିଃସନ୍ତାନ ସନ୍ତାନପ୍ରାପ୍ତି ହୁଏ । ତେଣୁ ନିଃସନ୍ତାନ ବା ଯେଉଁମାନେ ମାଆ ହେବାର ସୌଭାଗ୍ଯରୁ ବଞ୍ଚିତ ହୋଇଥାନ୍ତି ସେମାନେ ଏହି ପାଣିକୁ ଚାତକ ପରି ଚାହିଁରହିଥାନ୍ତି ।

ଦୁଇବର୍ଷ ପୂର୍ବରୁ ଯେତବେଳେ ନିଲାମ ପ୍ରକ୍ରିୟା ହୋଇଥିଲା ସେତବେଳେ ପ୍ରଥମ ଗରା ପାଣି ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ନିଲାମ ହୋଇଥିଲା । ଚଳିତ ବର୍ଷ ପୁଣି ସେହି ପରମ୍ପରା ବା ବିଶ୍ବାସର ଧାରା ପୁନଃଆରମ୍ଭ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ବଢିବ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.