ଭୁବନେଶେବର: ଲୋୟର ପିଏମଜୀରେ ଧାରଣା ଦେଲେ ରୁଚିକା ମାଆ। ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ପୁଣି ରୁଚିକାଙ୍କ ମାଆ ଧାରଣାରେ ବସିଛନ୍ତି । ରୁଚିକାଙ୍କ ମୃତ୍ୟୁକୁ 11 ଦିନ ପୁରିଥିଲେ ମଧ୍ୟ ଏଯାବତ ପୋଲିସ ହତ୍ୟା କି ଆତ୍ମହତ୍ୟାର କାରଣ ଖୋଜି ପାରିନାହିଁ । ଯାହାକୁ ବିରୋଧ କରି ରୁଚିକାଙ୍କ ମାଆ ଅନଶନ ଜାରି ରଖିଛନ୍ତି। ।
![ruchika mother protest for justice at lower pmg bhubaneswar](https://etvbharatimages.akamaized.net/etvbharat/prod-images/od-bbsr-01-ruchika-maa-strik-pmg-7206049_12072022092252_1207f_1657597972_1105.jpg)
ଆଜି ଏକାଦଶ କର୍ମ ଥିବାରୁ ସେ ଗାଁକୁ ଯାଇ କର୍ମ ସାରିବେ ଏବଂ ସେଠାରୁ ଫେରି ପୁଣି ଆନ୍ଦୋଳନରେ ବସିବେ ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ସମୟରେ ମନୋହର ଅଲ୍ଲୀ ଲୋୟର ପିଏମଜିରେ ଧାରଣା ଜାରି ରଖିବେ ବୋଲି ସେ କହିଛନ୍ତି । ପୂର୍ବରୁ ରୁଚିକାଙ୍କ ମାଆ ବିଜେବି କଲେଜ ସମ୍ମୁଖରେ ଦଶାହ ଏବଂ ଏକାଦଶ କର୍ମ କରିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଗତକାଲି ନ୍ୟାୟ ପାଇଁ କଲେଜ ସାମ୍ନାରେ ଧାରଣା ଦେଇଥିବା ବେଳେ ଜୋରଜବରଦସ୍ତ ପୋଲିସ ତାଙ୍କୁ ଉଠାଇ ନେଇଥିଲା।
ଇଟିଭି ଭାରତ, ଭୁବନେଶ୍ବର