ETV Bharat / city

ରୁଚିକା ଆତ୍ମହତ୍ୟା ଘଟଣା, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ

ବିଜେବି କଲେଜରେ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ରାଗିଂ ଫ୍ରି ନିୟମ କଡାକଡି କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଅଧିକ ପଢନ୍ତୁ

ରୁଚିକା ଆତ୍ମହତ୍ୟା ଘଟଣା
ରୁଚିକା ଆତ୍ମହତ୍ୟା ଘଟଣା
author img

By

Published : Jul 20, 2022, 6:27 PM IST

ଭୁବନେଶ୍ବର: ବିଜେବି କଲେଜରେ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ରାଗିଂ ଫ୍ରି ନିୟମ କଡାକଡି କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

ରୁଚିକା ଆତ୍ମହତ୍ୟା ଘଟଣା, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, "ରୁଚିକା ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ କରୁଛି । ଘଟଣା ପଛର କାରଣ ଖୋଜୁଛି ପୋଲିସ । ଘଟଣା ବାବଦରେ ମୁଁ ମୁହଁ ଲୁଚେଇ ନାହିଁ । କୋଭିଡ ସଂକ୍ରମିତ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିପାରି ନଥିଲି । ଟ୍ୱିଟ କରି ଏ ବାବଦରେ କହିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ । ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ଫ୍ରି ନିୟମ କଡାକଡି ହେଉଛି । ଶିକ୍ଷକ ଓ ପିଲାଙ୍କ ଭିତରେ ସମ୍ପର୍କକୁ ସମନ୍ୱୟ ଦିଆଯିବ" ।

ଅନ୍ୟପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । "ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଚାଲିଛି । FIR ହୋଇଛି । ଭିସିଙ୍କ ଅଧ୍ୟକ୍ଷତାରେ ମଧ୍ୟ କମିଟି ଗଠନ ହୋଇଛି । ବିଭାଗୀୟ କାର୍ଯ୍ୟନୁଷ୍ଠାନ ମଧ୍ୟ ହେବ" । ଲଗାତାର 3 ଦିନ ଧରି ପ୍ରଶ୍ନ ପତ୍ର ଲିକ ହେବାରୁ ବିଧାନସଭାରେ ପ୍ରଶ୍ନ ଉଠାଇ ମନ୍ତ୍ରୀ ଓ ସରକାରଙ୍କୁ ଘେରିଥିଲେ ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.