ETV Bharat / city

ସରକାରୀ ଛୁଟିଦିନରେ ବି ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ

author img

By

Published : Oct 29, 2020, 6:58 PM IST

ଏଥର ଛୁଟିରେ ବି ଖୋଲା ଆରଟିଓ ଅଫିସ । ଆସନ୍ତା 31 ତାରିଖରେ ଗଜଲକ୍ଷ୍ମୀ ପୂଜା ଥିବାରୁ ଅନେକ ଲୋକ ଏହାକୁ ଶୁଭ ଦିନ ଭାବି ଗାଡି କିଣିବେ । ଆଉ ନୂଆ ଆଇନ ଅନୁସାରେ ବିନା ପଞ୍ଜିକରଣରେ କୌଣସି ଗାଡି ବିକ୍ରି ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଘରେ ରହି ଅଫିସ କାମ କରିବେ ଆରଟିଓ ଅଫିସ କର୍ମଚାରୀ । ଅଧିକ ପଢନ୍ତୁ...

ସରକାରୀ ଛୁଟିଦିନରେ ବି ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ
ସରକାରୀ ଛୁଟିଦିନରେ ବି ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ

ଭୁବନେଶ୍ବର: ଏଥର ଛୁଟିରେ ବି ଖୋଲା ଆରଟିଓ ଅଫିସ । ଆସନ୍ତା 30 ତାରିଖରୁ 1 ତାରିଖ ଅର୍ଥାତ୍ ଶୁକ୍ରବାର, ଶନିବାର ଓ ରବିବାର ସରକାରୀ ଛୁଟି ରହିଛି । ହେଲେ ଲକ୍ଷ୍ମୀ ପୂଜା ପାଇଁ ଚାଲିବ ଅଫିସ କାମ । ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ଯାଏଁ ଅଫିସ ଖୋଲା ରହିବା ସହ କାମ ହେବ । ଚିଠି ମାଧ୍ୟମରେ ରାଜ୍ୟ ପରିବହନ କମିଶନର ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

The RTO office will be open on govt holidays

ଆସନ୍ତା 31 ତାରିଖରେ ଗଜଲକ୍ଷ୍ମୀ ପୂଜା ଥିବାରୁ ଅନେକ ଲୋକ ଏହାକୁ ଶୁଭ ଦିନ ଭାବି ଗାଡି କିଣିବେ । ଆଉ ନୂଆ ଆଇନ ଅନୁସାରେ ବିନା ପଞ୍ଜିକରଣରେ କୌଣସି ଗାଡି ବିକ୍ରି ହୋଇପାରିବ ନାହିଁ । ଯେଉଁ ଦିନ ଗାଡି ବିକ୍ରି ହେବ ସେହିଦିନ ହିଁ ପଞ୍ଜିକରଣ ବାଧ୍ୟତାମୂଳକ । ଏହାକୁ ଦୃଷ୍ଟିରେ ରଖି ଘରେ ରହି ଅଫିସ କାମ କରିବେ ଆରଟିଓ ଅଫିସ କର୍ମଚାରୀ ।

ସେହିପରି ଯଦି କୌଣସି ଶୋ ରୁମ ବିନା ପଞ୍ଜିକରଣରେ ଗାଡି ଦେଉଥିବେ ତୁରନ୍ତ ସେମାନଙ୍କ ଟ୍ରେଡ଼ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ନିର୍ଦ୍ଦେଶକୁ କଡାକଡି କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.